ହେଡଲାଇନସ୍:

 ପ୍ରବାସୀଙ୍କୁ ହୃଦୟ ଖୋଲା ସ୍ୱାଗତ ଏତେ ହେଲା, ଯେ ସେମାନେ ଆସି ରାସ୍ତାରେ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନିମ୍ନ ମାନର ଖାଦ୍ୟକୁ ନେଇ କ୍ୱାରେଣ୍ଟାଇନ ସେଣ୍ଟରରେ ତାତିଲେ ଅନ୍ତେବାସୀ

ରାଜପଥ ଅବରୋଧ କରି ପଦାରେ ପକେଇଲେ ଅଧିକାରୀଙ୍କ ଗୁମର

 ବୋୖଦ୍ଧ(ଦୋଳଗୋବିବ୍ଦ ନାଏକ) :  ବୋୖଦ୍ଧ ଜିଲ୍ଲା ଆଜି ପର୍ଯ୍ୟନ୍ତ 4 ଜଣ କରୋନା ପଜେଟିଭ ବାହାରିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଗୋଟିଏ ପ୍ରକାର ଆତଙ୍କ ଖେଳି ଯାଇଥିଲା । ହେଲେ ସେମାନେ ସମସ୍ତେ ସୁରଟ ଫେରନ୍ତା ଓ 4 ଜଣ ଯାକ କ୍ୱାରେଣ୍ଟାଇନ ସେଣ୍ଟର ରେ ରହୁଥିବାରୁ ଜିଲ୍ଲାବାସୀ ଆତଙ୍କିତ ନହେବ ବାକୁ ଜିଲ୍ଲାପାଳ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ । ପ୍ରତ୍ୟକ ଦିନ ରାଜ୍ୟ ବାହାରୁ ପ୍ରବାସି ଓଡ଼ିଆଙ୍କ ସୁଅ ଛୁଟୁଥିଵା ବେଳେ ପ୍ରବାସୀ ଙ୍କ ହରକତ ହେଉ କିମ୍ବା କ୍ୱାରେଣ୍ଟାଇନ୍ ସେଣ୍ଟର ଦାୟିତ୍ୱ ରେ ଥିବା ଅଧିକାରୀଙ୍କ ଖାମଖିଆଲି ପାଇଁ ସାରା ଜିଲ୍ଲା ବିପଦ ମୁହଁକୁ ଠେଲି ହୋଇ ଯାଉଛି ।

 କ୍ଵରେଣ୍ଟାଇନ ସେଣ୍ଟର ଫାଟକରେ ଲେଖା ହୋଇଛି "ନିଜ ପ୍ରିୟ ଜନ୍ମମାଟିକୁ ଫେରିଥିବା ଆମ ନିଜ ଭାଇ ଭଉଣୀ ମାନଙ୍କୁ ହୃଦୟ ଖୋଲା ସ୍ୱାଗତ | ସୌଜନ୍ୟ ହରଭଙ୍ଗା ଗ୍ରାମ  ପଂଚାୟତ " | ହେଲେ କୁଆଡେ ହୃଦୟ ଖୋଲା ସ୍ୱାଗତ ଅତି ମାତ୍ରାରେ ହେଲା ଯେ ପ୍ରବାସୀମାନେ ଆସି ରାଜା ରାସ୍ତାରେ | ମିଳିଥିବା ସୂଚନା ମତେ ଜିଲ୍ଲାର ହରଭଙ୍ଗା କ୍ଵରେଣ୍ଟାଇନ ସେଣ୍ଟର ରେ ଆଜକୁ 4 ଦିନ ହେବ ପ୍ରବାସୀ ଓଡ଼ିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରଖାଯାଇଛି । ହେଲେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ 5 ଟଙ୍କିଆ ସାବୁନ ଓ 5 ଟଙ୍କିଆ ସର୍ଫ କୁ ଛାଡ଼ି ଦେଲେ ଆଉ କିଛି ଦେଇ ନଥିବା ବେଳେ ଖାଦ୍ୟରେ ମେନୁ ଅନୁଯାୟୀ ଖାଦ୍ୟ ଦେଉ ନଥିବା ସହ ଅତି ନିମ୍ନ ମାନର ଖାଦ୍ୟ ଦେଉ ଥିବା ଅଭିଯୋଗ କରି ଆଜି ସକାଳୁ ଅନ୍ତେବାସୀ ମାନେ କ୍ଵରେଣ୍ଟାଇନ ସେଣ୍ଟରୁ ବାହାରି ବାହାରେ ହୋହାଲା କରୀ ରାସ୍ତା ଅବରୋଧ କରିଛନ୍ତି । ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନ୍ତେବାସୀ ଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ରୋକ ହଟିଥିଲେ ବି ସେଣ୍ଟର ଭିତର କୁ ଯିବାକୁ ପୋଲିସ କୁ ମନା କରିଦେଇଛନ୍ତି  । ତେବେ ଏଭଳି ଯୁଦ୍ଧକାଳୀନ ପରିସ୍ଥିତି ରେ ଏଭଳି ପରିସ୍ଥିତି ଜିଲ୍ଲାବାସୀ ଙ୍କ ପାଈଁ ବିପଦ ସଙ୍କେତ ଦେଉଛି ।

0
0
0
s2sdefault