ହେଡଲାଇନସ୍:

ପଦ୍ମପୁର ଉପଖଣ୍ଡରେ ଯୋଗଦେଲେ  ନୂତନ ଉପଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ଉପଖଣ୍ଡରେ ଯୋଗଦେଲେ  ନୂତନ ଉପଜିଲ୍ଲାପାଳ

ପଦ୍ମପୁର(ନୀଳ ଦୀପ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଶୁକ୍ରବାର  ପୂର୍ବାହ୍ନରେ  ଦୌଳତ ଚନ୍ଦ୍ରକାର ନୂତନ ଉପଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ବୁଲି ଦେଖିବା ସହିତ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହା ପୂର୍ବରୁ ଶ୍ରୀ ଚନ୍ଦ୍ରକାର ଅତାବିରା ତହସିଲଦାର ଭାବରେ ସୁଚାରୁ ରୂପେ ତାଙ୍କ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ଜଣେ ଦକ୍ଷ ତଥା ଲୋକପ୍ରିୟ ପ୍ରଶାସକ ଭାବରେ ଜଣାଶୁଣା ।ପୂର୍ବତନ ଉପଜିଲ୍ଲାପାଳ ତପିରାମ ମାଝୀଙ୍କ ପଦୋନ୍ନତି ହୋଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବରେ ସରକାରଙ୍କ ତରଫରୁ ନିଯୁକ୍ତି ପ୍ରଦାନ କରାଯାଇଛି । କାର୍ଯ୍ୟାଳୟ ତରଫରୁ ନୂତନ ଉପଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ତପିରାମ ମାଝୀଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଞ୍ଜାପନ କରାଯାଇଥିଲା ।

0
0
0
s2sdefault