ହେଡଲାଇନସ୍:

ବାପା ଛେଉଣ୍ଡ ପିଲାଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲା ଯୁବ ଯାଦବ ମହାସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମଗଡ /ସୁଶାନ୍ତ ରାଉତ:  କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା କରୋନା ଯୋଦ୍ଧା ସାଜି ନିରୀହ ଅସହାୟ ବାପା ଛେଉଣ୍ଡ ପରିବାରକୁ ସାହାଯ୍ୟର ହାତ ବଢ଼ାଇଛି | କଲମପୁର ବ୍ଲକ ଗଞ୍ଜେଇ ଗୁଡା ଗ୍ରାମକୁ ଯାଇ, ସ୍ୱର୍ଗତ ଯୁବରାଜ ଲହଜଲ ପତ୍ନୀ  କୈକେଇ ଲହଜଲ ଝିଅ ସରିତା ଲହଜଲ 12 ବର୍ଷ  ଓ ପୁଅ ଜିତେନ୍ଦ୍ର ଲହଜଲ  6 ବର୍ଷ  ଙ୍କ ପାଖକୁ 

 ପହଞ୍ଚି କିଛି ଆର୍ଥିକ ସହାୟତା  ସହିତ କିଛି ଫଳ,  ମାକ୍ସ ସେନିଟାଇଜର ଇତ୍ୟାଦି ସହଯୋଗ  କରିଥିଲେ ଜିଲ୍ଲା ଯୁବ ଯାଦବ ମହାସଭାର ସଦସ୍ୟ ମାନେ |ଏହି ଅବସରରେ  ଉପସ୍ଥିତ ଥିଲେ ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା,  ଜିଲ୍ଲା ଉପସଭାପତି ଡାକେଶ୍ୱର ଲହଜଳ,  ବରିଷ୍ଠ ସମାଜସେବୀ ଧନେଶ୍ୱର ଭାଟି, କଲମପୁର ସଭାପତି କୃଷ୍ଣ ସିଂ ଲହଜଳ,  ଧର୍ମଗଡ଼ ଯୁବ ସଭାପତି ଲବଣି  ରାଉତ,  ଜିଲ୍ଲା କୋଷାଧ୍ୟକ୍ଷ ସନ୍ତୋଷ ବାଗ,  କାର୍ତ୍ତିକ ଗୋପାଳ,  ତୁଳମଣି ନାଗ, ଉପଦେଷ୍ଟା ଆଦିତ୍ୟ ହଂସ ଅରକ୍ଷିତ ଭଇସାଲ ପ୍ରମୁଖ |

0
0
0
s2sdefault