ହେଡଲାଇନସ୍:

ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଠାରେ ଗଜପତି ଜିଲ୍ଲା ଭାଜପା ୟୁନିଟ ପକ୍ଷରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଜିଲ୍ଲା ଭାଜପା ୟୁନିଟ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଦଳର ବହୁ ନେତା ଓ କର୍ମୀ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ରକ୍ତଦାନ କରିଥିଲେ। । ପାରଳାଖେମୁଣ୍ଡି ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି ଶ୍ରୀ କେ. ନାରାୟଣ ରାଓ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତଦାନ କରୁଥିବା ସମସ୍ତଙ୍କୁ ଉତ୍ସାହିତ କରିଥିଲେ । 

ବିଧାୟକ ଶ୍ରୀ ରାଓ କହିଥିଲେ ଯେ,  ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରୋନା ଭଳି ଦୁର୍ଦ୍ଦିନ ସମୟରେ ଏକ ସ୍ୱପ୍ନ ରହିଛି ଯେ , ଯେ କୌଣସି ଠାରେ ହେଲେ ମଧ୍ୟ କରୋନା ଆକ୍ରାନ୍ତକାରୀ ଚିକିତ୍ସାଧିନ ବେଳେ ରକ୍ତର ଅଭାବରୁ  ଯେଭଳି କାହାର ମୃତ୍ୟୁ ନ ହୁଏ , ସେଥିପାଇଁ ଦଳୀୟ କର୍ମକର୍ତ୍ତା ମାନେ ଅଧିକ ଯତ୍ନବାନ ହେବାକୁ ପଡିବ ।  ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ବୋଲି ବିଧାୟକ ଶ୍ରୀ ରାଓ କହିଛନ୍ତି ।  ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ରକ୍ତଭଣ୍ଡାରର ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ କର୍ମଚାରୀ ଖଗେଶ୍ୱର ବେହେରା ପ୍ରମୁଖଙ୍କ ସମେତ ଭାଜପା ଦଳର ନୃସିଂହ ପଟ୍ଟନାୟକ , ତ୍ରିପତି ନାୟକ , ପି. କ୍ରିଷ୍ଣା , ଗୌରାଙ୍ଗ ଗୌଡ଼ , ବାବୁନା ବେହେରା , ଜମିଦାର ପଟ୍ଟନାୟକ , ଚିଟିବାବୁ  , ଅରୁଣୀମା ସାହୁ  ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault