ହେଡଲାଇନସ୍:

ଖାଇବାକୁ ନମିଳିଲା ବୋଲି , ୮ଜଣ ଶ୍ରମିକ  ତାଳଚେରରୁ ଚାଲିଚାଲି ଯାଉଛନ୍ତି ଛତିଶଗଡ଼

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଖୋବନ୍ତ ନାରାୟଣ ସାହୁ : ତାଳଚେରରୁ ଚାଲି ଚାଲି ୮ଜଣ ଶ୍ରମିକ ନିଜ ଗାଁ ଛତିଶଗଡ଼ ବିଳାସପୁରକୁ ଯାଉଛନ୍ତି । ୫୫ ନଂ ଜାତୀୟ ରାଜପଥରେ ପ୍ରାୟ ୧୫୦ କିଲୋମିଟର ଚାଲିଚାଲି ଆସିବା ପରେ ଆଜି ରେଢ଼ାଖୋଲ ଠାରେ ପହଁଞ୍ଚି ଛନ୍ତି ଏ ଶ୍ରମିକ ମାନେ।ନିଜ ଗାଁକୁ ଯିବାକୁ ମୋବାଇଲରେ ରେଜିଷ୍ଟ୍ରେସନ କରିଥିବା ସତ୍ତ୍ୱେ ଛତିଶଗଡ଼ରୁ କୌଣସି ସହଯୋଗ ମିଳିନଥିଲା I ୨ ଦିନ ହେଲା ଚାଲିବା ଆରମ୍ଭ କରିଛନ୍ତି ଏହି ଶ୍ରମିକମାନେ।

ଯେଉଁ କଂପାନୀରେ ଏମାନେ କାମ କରୁଥିଲେ, ସେଠି ଦରମା ଏବଂ ଖାଇବାକୁ ନ ମିଳିବାରୁ ଏମାନେ ପଳାଇ ଆସିଥିବା ପ୍ରକାଶ କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି  ପ୍ରତିକ୍ରିୟା ମିଳିପାରିନି।

0
0
0
s2sdefault