ହେଡଲାଇନସ୍:

କିଏ ସ୍ବେଛାରେ ଲଢ଼ୁଛି ଲଢେଇ, କିଏ ଭୁଲି ଯାଉଛି ନିଜର ଦାୟିତ୍ୱ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ଶ୍ରମିକ ମାନଙ୍କର ଘର ବାହୁଡ଼ା କୁ ନେଇ ବର୍ତ୍ତମାନ ପ୍ରଶାସନ ତଥା ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ବିନା କୋଣସି ପୂର୍ବ ସୂଚନାରେ ଶ୍ରମିକ ଶ୍ରେଣୀର ଲୋକ ମାନେ ଚାଲିଆସୁଛନ୍ତି । ଶନିବାର ସନ୍ଧ୍ୟାରେ ଏହିଭଲି ପ୍ରାୟ 60 ଜଣ ଶ୍ରମିକ ଏକ ବସ ଯୋଗେ ପାଇକମାଲକୁ ପହଂଛିଥିଲେ । ଏମାନଙ୍କର ମଧ୍ୟରେ ପ୍ରାୟ 20 ଜଣ ନୂଆପଡା ଜିଲ୍ଲା ନୂଆପଡା ବ୍ଲକର ତିନି ଜଣ ପାଇକମାଲ ବ୍ଲକର ଓ ବାକି ସମସ୍ତେ ଝାରବନ୍ଧ ବ୍ଲକର । ଶ୍ରମିକ ମାନଙ୍କୁ ଆଣିଥିବା ବସଟି ଶ୍ରମିକ ମାନଙ୍କୁ ପାଇକମାଲ ର 4 କିଲୋମିଟର ପୂର୍ବରୁ ଓଲ୍ହାଇ ଦେଇଥିଲା । ବସ ରୁ ଓଲ୍ହାଇ ଶ୍ରମିକମାନେ ଚାଲିକି ଯାଉଥିବା ସମୟରେ ପାଇକମାଲ ର କିଛି ଯୁବକ ମାନଙ୍କର ନଜରରେ ପଡ଼ିଥିଲେ । ଯୁବକ ମାନେ ସେମାନଙ୍କୁ ଅଟକାଇ ତୁରନ୍ତ ସାମ୍ବାଦିକ ମାନଙ୍କୁ ଓ ଯୁବ ବ୍ୟବସାୟୀ ସୁମିତ ଅଗ୍ରୱାଲ ଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ସାମ୍ବାଦିକ ବନ୍ଧୁ ମାନେ ଓ ସୁମିତ ଭାଇ ତୁରନ୍ତ ଘଟଣା ସ୍ଥଳ ସାଲେପଲି କୁ ପହଂଛି ଶ୍ରମିକ ମାନଙ୍କର ସହିତ କଥା ହେଇ ସେମାନଙ୍କ ଗନ୍ତବ ସ୍ଥଳ ବାବଦରେ ଜାଣିଥିଲେ । ଏହାପରେ ସୁମିତ ଅଗ୍ରୱାଲ  ସମସ୍ତଙ୍କ ପାଇଁ ଜଳପାନର ବ୍ୟବସ୍ଥା କରିଥିଲେ । ସାମ୍ବାଦିକ ବନ୍ଧୁ ମାନେ ଝାରବନ୍ଧ BDO ଶ୍ରୀ ରୁନୁ ଲାକ୍ରା ଙ୍କୁ ଶ୍ରମିକ ମାନଙ୍କର ବାବଦରେ ଜଣାଇବା ପରେ ଶ୍ରୀ ଲାକ୍ରା ତୁରନ୍ତ ଶ୍ରମିକ ମାନଙ୍କୁ ନେବା ପାଇଁ ଦୁଇ ଗୋଟି ପିକଅପ ଗାଡି ସହିତ ବ୍ଲକର 2ଜଣ ଅଧିକାରୀ ଙ୍କୁ ପଠାଇଥିଲେ । ଏହାପରେ ନୂଆପଡା BDO ଙ୍କୁ ଯୋଗାଯୋଗ କରାଯାଇଥିଲା ହେଲେ BDO ମହାଶୟ ଙ୍କର ଠାରୁ ଉଚିତ ପ୍ରତିକ୍ରିୟା ନମିଳିବାରୁ ନୂଆପଡ଼ା ର ଯୁବ ନେତା ଶ୍ରୀ ଟିଟୁ ପଣ୍ଡା ଓ  ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ଫୋନ କରିଥିଲେ ଶ୍ରୀ ସୁମିତ ଅଗ୍ରୱାଲ । ନୂଆପଡା ବିଧାୟକ ଙ୍କୁ ଫୋନ କଲା ପରେ ନୂଆପଡା BDO ପଠାଇଥିବା ଗାଡ଼ିରେ ଶ୍ରୀମିକ ମାନେ ରାତି 9 ଟା 30ମିନିଟ ରେ ନୂଆପଡା ଅଭିମୁଖେ ବାହାରିଥିଲେ ।

0
0
0
s2sdefault