ହେଡଲାଇନସ୍:

ବାଇକ ସହ ଦେଶୀ ମଦ ଜବତ :୨ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ-ମନୋହର ଦାଶ : ଲକଡାଉନ ପରଠାରୁ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଛି । ମଦ ଦୋକାନ ସିନା ବନ୍ଦ ରହିଛି ହେଲେ ମଦ ର ଚାହିଦା ବିଲକୁଲ କମି ନାହିଁ । ଇତି ମଧ୍ୟରେ ଅନେକ ଗ୍ରାମର ବିଭିନ୍ନ ସ୍ଥାନରେ ତିଆରି ଚାଲିଛି ଦେଶୀ ରନ୍ଧା ମଦ । ଉପଖଣ୍ଡ ର ପୋଲିସ ଓ ଅବକାରୀ ବିଭାଗ ର ଅଧିକାରୀ ମାନେ କ୍ରମାଗତ ଭାବରେ ମଦ ବ୍ୟବସାୟୀ ଙ୍କର ଉପରେ ଚଢ଼ାଉ କରୁଛନ୍ତି । ମଦ ସହିତ ବହୁ ପରିମାଣରେ ପୋଚ ନଷ୍ଟ ମଧ୍ୟ କରୁଛନ୍ତି ହେଲେ , ବର୍ତ୍ତମାନର ଚାହିଦା ଦେଖି ଲୋକେ ଲୁଚି ଛପି ଗଙ୍ଗଲ ଭିତରେ ମଦ ପ୍ରସ୍ତୁତ କରୁଛନ୍ତି । ଶନିବାର ଜିଲ୍ଲାର ଜଗଦଲପୁର ଥାନା ଅନ୍ତର୍ଗତ ଲଉଡିଦରହା ସ୍କୁଲ ପାଖ ରାସ୍ତା ରେ ଜଗଦଲପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବେଆଇନ ମଦ ଚୋରା ଚାଲାଣ ହେଉଥିବା ୨୦ଲିଟର ରନ୍ଧା ମଦ ଜବତ କରିଛି । ଏହି ଘଟଣା ରେ ଝାରବନ୍ଧ ଥାନା ଅନ୍ତର୍ଗତ ଡୁଡ଼କିଦାଦର ଗ୍ରାମ ର ମହେଶ୍ୱର କୁମ୍ଭାର ୨୦ବର୍ଷ ,ପୁସ୍ତମ କୁମ୍ଭାର ୩୦ବର୍ଷ ଗିରଫ କରା ଯାଇଛି ।ଏକ ହିରୋ ହୋଣ୍ଡା ଏଚ ଏଫ ଡିଲକ୍ସ OD17P8155 କୁ ଜବତ କରିଥିବା ଜଗଦଲପୁର ଥାନା ଅଧିକାରୀ ଲଳିତା ଲିଲିମା ବାର୍ଳା ସୂଚନା ଦେଇଛନ୍ତି । ଏହି ଚଢ଼ାଉ ରେ କନଷ୍ଟେବଳ ଏନ ମିଶ୍ର,ଏସ ବୁଡେକ, କୋଦଣ୍ଡ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।ଜଗଦଲପୁର ପୋଲିସ ର ପେଟ୍ରୋଲିଂ ବେଳେ ବେଆଇନ ମଦ କାରବାର ଉପରେ ଆଗାମୀ ଦିନ ରେ ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ଲଳିତା ଲିଲିମା ବାର୍ଳା ସୂଚନା ଦେଇଛନ୍ତି

0
0
0
s2sdefault