ହେଡଲାଇନସ୍:

ଛଉ ଉପରେ ମୟୂରଭଞ୍ଜବାସୀଙ୍କ ରୁଚି କମିବାରେ ଲାଗିଛି !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ତିନିଦିନିଆ ଛଉନୃତ୍ୟ ଉଦଘାଟନୀ ସମାରୋହରେ ଦର୍ଶକ ସଂଖ୍ୟା ନୈରାଶ୍ୟଜନକ

12-04-18-BARIPADA3.jpg - 74.08 kB

ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଗଣପର୍ବ ଛଉନୃତ୍ୟ ମହୋତ୍ସବ ବାରିପଦା ଛଉପଡ଼ିଆର ମୁକ୍ତ ଆକାଶ ତଳେ ମୟୂରଭଞ୍ଜ ଛଉନୃତ୍ୟ ପ୍ରତିଷ୍ଠାନର ସଭାପତି ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନିମନ୍ତ୍ରିତ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାସାଂସଦ ସରୋଜିନୀ ହେମ୍ବ୍ରମ, ମୟୂରଭଞ୍ଜ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି ସ୍ୱତନ୍ତ୍ର ଅତିଥି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର, ପିଡ଼ି ଡ଼ିଆରଡ଼ିଏ ତୁଷାର କାନ୍ତି ମହାନ୍ତି, ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମୟୂରଭଞ୍ଜ ଛଉନୃତ୍ୟର ଐତିହ୍ୟ ଓ ପରମ୍ପରା ଉପରେ ଆଲୋକପାତ କରାଇବା ସହିତ ଏହା କେବଳ ଜିଲ୍ଲା ମଧ୍ୟରେ ସୀମିତ ନ ରହି ସମଗ୍ର ବିଶ୍ୱ ଦରବାରରେ ଖ୍ୟାତି ଅର୍ଜନ କରି ମୟୂରଭଞ୍ଜ ଜିଲ୍ଲାକୁ ଗୌରବାନ୍ୱିତ କରାଇପାରିଛି ବୋଲି ମତ ବକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡ଼ଃ ଦୟାସିନ୍ଧୁ ପରିଡ଼ା ଅତିଥି ପରିଚୟ ଓ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି ଅବସରରେ କଲେଜପଡ଼ିଆ ପରିସରରେ ଆୟୋଜିତ ପଲ୍ଲିଶ୍ରୀ ମେଳାକୁ ଅତିଥିମାନଙ୍କ କରକମଳରେ ଶୁଭ ଉଦଘାଟନ କରାଯାଇଥିଲା । 

            ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ମୟୂରଭଞ୍ଜ ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବା ଦିନଠାରୁ ପରମ୍ପରା ଅନୁସାରେ ଚଳିତ ବର୍ଷ ଛଉନୃତ୍ୟ ମହୋତ୍ସବର ପ୍ରଥମ ରାତିରେ ଗ୍ରାମାଞ୍ଚଳ ଛଉନୃତ୍ୟ ପ୍ରତିଷ୍ଠାନ ପକ୍ଷରୁ ବାରିପଦା ସଦର ଉପଖଣ୍ଡରୁ ୫ଟି, ପାଞ୍ଚପୀଢ଼ରୁ ୩ଟି, ବାମନଘାଟି ଉପଖଣ୍ଡରୁ ୫ଟି ଏହିପରି ମୋଟ ୧୩ଟି ଗ୍ରୁପ ଯୋଗ ଦେଇ ନୃତ୍ୟ ପ୍ରଦର୍ଶନ କରିଥିବା ସମୟରେ ୧୨ ଓ ୧୩ ତାରିଖ ବାରିପଦା ପୌରପରିଷଦର ଦକ୍ଷିଣସାହି ଓ ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନ  ନୃତ୍ୟ ପରିବେଷଣ କରିବେ । ତେବେ ଏହି ଛଉନୃତ୍ୟ କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହେବାକୁ ଲାଗିଥିବା ବେଳେ ଏହା ପ୍ରତି ମୟୂରଭଞ୍ଜବାସୀଙ୍କର ରୁଚି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ରାଜେଶ ପ୍ରଭାକର ପାଟିଲ ମୟୂରଭଞ୍ଜ ଜିଲ୍ଲାପାଳ ଦାୟିତ୍ୱ ଭାର ଗ୍ରହଣ କରିବା ପରେ ଛଉନୃତ୍ୟ ପ୍ରତି ଜନସାଧାରଣଙ୍କୁ ଆକୃଷ୍ଟ କରାଇବା ନିମନ୍ତେ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଉଦ୍ୟମ ଜାରି ରଖିଥିଲେ । ଏହି ଅବସରରେ ଛଉ ମହୋତ୍ସବ ସମୟରେ ପଲ୍ଲିଶ୍ରୀ ମେଳା ଆୟୋନର ବ୍ୟବସ୍ଥା କରିଥିଲେ । କେବଳ ଏତିକି ନୁହେଁ ସଚେତନତା ରାଲି  ସହିତ ବିଭିନ୍ନ ସ୍ଥାନରେ ହୋଡ଼ି ଲଗାଇବାର ବ୍ୟବସ୍ଥା କରାଇଥିଲେ । ଏହାବ୍ୟତୀତ ଛଉକଳାକାରମାନଙ୍କର ପୁରସ୍କାର ରାଶି ଏବଂ ଗ୍ରାମାଞ୍ଚଳ ଛଉନୃତ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ପୂର୍ବରୁ ମିଳୁଥିବା ଅର୍ଥ ରାଶିକୁ ବୃଦ୍ଧି କରାଇଥିଲେ । ଦର୍ଶକମାନଙ୍କ ନିମନ୍ତେ ପଡ଼ିଆରେ ଚେୟାରର ବ୍ୟବସ୍ଥା କରାଇଥିଲେ । ମାତ୍ର ଚଳିତ ଛଉ ମହୋତ୍ସବରେ ଦର୍ଶକମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ ପରିଲକ୍ଷିତ ହୋଇଥିଲା । 

0
0
0
s2sdefault