ହେଡଲାଇନସ୍:

ଶ୍ରମିକଙ୍କ ପାଇଁ ପୁଣି ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-କିଛି ଦିନ ତଳେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଶ୍ରମିକ ମାନଙ୍କ ପାଇଁ ନିଜେ ଡ୍ରାଇଭର ସାଜି ସୋନପୁରକୁ ରାତିରେ ନେଇ ଛାଡିଥିଲେ । ଆଜି ସନ୍ଧ୍ୟାରେ ପୁଣି ଥରେ ସେ ପିକଅପ ଭ୍ୟାନ ଚଳାଇ ଶ୍ରମିକମାନଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇ ଯାଇଛନ୍ତି ।

ପ୍ରକାଶ ଯେ,ବରଗଡ ଜିଲା ପଦ୍ମପୁର,ବଲାଙ୍ଗୀର ଜିଲା ପଟଣାଗଡ଼ ଓ ସୋନପୁର ଜିଲା ରାମପୁର ଅଂଚଳର ଶ୍ରମିକମାନେ ଇଟା ଗଢିବା ପାଇଁ କଟକ ଅଂଚଳକୁ ଯାଇଥିଲେ । ଲକ ଡାଉନ ଯୋଗୁଁ ପ୍ରାୟ ୩୦/୩୫ ଜଣ ମହିଳା, ପୁରୁଷ ଓ ଛୁଆମାନେ ସେଠାରେ ଫଶି ରହି ଯାଇଥିଲେ । ଆଜି ଅପରାହ୍ନରେ ଏକ ବସ ସମସ୍ତଙ୍କୁ ଆଣି ସୋହେଲା ଥାନା ଛକରେ ଛାଡି ପଳାଇ ଯାଇଥିଲା । ଖବର ପାଇ ମନ୍ତ୍ରୀ ସୁଶାନ୍ତ ସିଂହ ଥାନା ଛକକୁ ଯାଇ ଘଟଣାର ସେମାନଙ୍କ ଭଲ ମନ୍ଦ ବୁଝିବା ସହିତ ସମସ୍ତଙ୍କୁ ବିସ୍କୁଟ ଓ ପାଣି ଦେଇଥିଲେ । ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ପାଇଁ ୨ଟି ପିକ ଅପ ଭ୍ୟାନ ଓ ଗୋଟିଏ ଅଟୋର ବ୍ୟବସ୍ଥା କରିଥିଲେ । ଅଟୋରେ  ୨ ଜଣ ଶ୍ରମିକ ରାମପୁର ଯାଇଥିବାବେଳେ ଗୋଟିଏ ପିକଅପ ଭ୍ୟାନକୁ ମନ୍ତ୍ରୀ ନିଜେ ଚଳାଇ ଶ୍ରମିକମାନଙ୍କୁ ପଦ୍ମପୁର ନେଇ ଯାଇଥିଲେ । ଅନ୍ୟଟି ପଟଣାଗଡ଼ ଯାଇଥିବା ଜଣା ପଡ଼ିଛି ।

0
0
0
s2sdefault