ହେଡଲାଇନସ୍:

କରୋନା ଲଢେଇରେ ସଫଳ ସରପଞ୍ଚଙ୍କ ନେତୃତ୍ୱ ଲୋକଙ୍କ ଦ୍ୱାରା ସ୍ମରଣୀୟ ରହିବ : ଶ୍ରୀ ପାଣ୍ଡିଆନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗଂଜାମ ଜିଲ୍ଲା ସରପଞ୍ଚଙ୍କ ସହ ୫-ଟି ସଚିବଙ୍କ ଆଲୋଚନା

ଭୁବନେଶ୍ୱର(ଶାସକ ପ୍ରଶାସକ)  : ରାଜ୍ୟ ୫-ଟି ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ ଆଜି କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହିତ ଆଲୋଚନା କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ସେମାନଙ୍କ ମନୋବଳ ବଢାଇବା ସହ ସେମାନଙ୍କ ନେତୃତ୍ବର ପରାକାଷ୍ଠା ବିଷୟରେ ସେମାନଙ୍କୁ ଅବଗତ କରାଇଛନ୍ତି | 

ସରପଞ୍ଚମାନଙ୍କ ସହ  ଆଲୋଚନାକାଳରେ  କ୍ୱାରେଣ୍ଟାଇନ୍‍ କେନ୍ଦ୍ର ପରିଚାଳନା କ୍ଷେତ୍ରରେ ସରପଞ୍ଚମାନଙ୍କ ନେତୃତ୍ୱର ଯଥେଷ୍ଠବ ଗୁରୁତ୍ୱ ରହିଛି ବୋଲି  ଶ୍ରୀ ପାଣ୍ଡିଆନ କହିଥିଲେ | " ବର୍ତ୍ତମାନ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନେ ଜିଲ୍ଲାର କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆ ହୋଇଥିବା ଯୋଗୁ ଆତଙ୍କିତ ଅନୁଭବ କରିବାର କୌଣସି ଆବଶ୍ୟକତା ନାହିଁ । କ୍ୱାରେଣ୍ଟାଇନ୍‍ କେନ୍ଦ୍ର ଗୁଡିକର ସଫଳ ପରିଚାଳନା ଉପରେ ଆମର କୋଭିଡ ବିରୁଦ୍ଧରେ ଜୟ ପରାଜୟ ନିର୍ଣ୍ଣୟ କରିବା  । ଏ କ୍ଷେତ୍ରରେ ସରପଞ୍ଚମାନଙ୍କର ଗୁରୁଦାୟିତ୍ୱ ଥିବା ଅନୁଭବ କରି ରାଜ୍ୟ ସରକାର ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ | 

" ସରପଞ୍ଚମାନେ ରାଜ୍ୟର ବିକାଶ, ଶିକ୍ଷା, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା ଆଦି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ କରୋନା ବିରୋଧି ଲଢେଇରେ ସେମାନଙ୍କ ନେତ୍ୱତ୍ୱକୁ ସର୍ବଦା ସେମାନଙ୍କ ଗ୍ରାମର ଲୋକେ ମନେ ରଖିବେ | ଯେଉଁ ସରପଞ୍ଚମାନେ ସଫଳତାର ସହ ସେମାନଙ୍କ ଦାୟିତ୍ୱ ନିର୍ବାହ କରିବେ ସେମାନେ ଲୋକମାନଙ୍କ ପ୍ରଶଂସାର ପାତ୍ର ହେବେ ଓ ଗ୍ରାମବାସୀମାନେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ"  ବୋଲି ଶ୍ରୀ ପାଣ୍ଡିଆନ ଗଂଜାମ ଜିଲ୍ଲାର ସରପଂଚମାନଙ୍କୁ ପରାମର୍ଶ ଦେଇଛନ୍ତି | 

 

0
0
0
s2sdefault