ଗୋଷାଣୀ ବ୍ଲକ ଉପଲଡା ଗ୍ରାମରେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି ସ୍ବାସ୍ଥ୍ୟ, ଆଶା, ଅଙ୍ଗନବାଡି କର୍ମୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରି କରୋନା ଭୁତାଣୁ ସଂକ୍ରମଣତାରୁ ଗ୍ରାମାଞ୍ଚଳ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ , ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କିଭଳି ପାଳନ କରିବେ , ସେ ସମ୍ପର୍କରେ  ଗ୍ରାମରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟ, ଆଶା ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଦଳ ।  ଅନ୍ୟ ପକ୍ଷରେ କରୋନାର ଲକ୍ ଡାଉନ୍ ସମୟରେ ଲୋକଙ୍କୁ  ସେ ସମ୍ପର୍କିତ  ସଚେତନତାର ବାର୍ତ୍ତା ବାଣ୍ଟିବାର ସୁଯୋଗ ପାଇଥିବା ଯୋଗୁଁ  ସେମାନେ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । କରୋନା ଭୁତାଣୁ ସତର୍କତା ସମ୍ପର୍କିତ ଏହି ସଚେତନତା ବାର୍ତ୍ତା ବାଣ୍ଟିବା ଦଳରେ ମହିଳା ସ୍ୱାସ୍ଥ୍ୟକର୍ମୀ ଡିଲେଶ୍ୱରୀ ଜେନା,  ଅଙ୍ଗନବାଡି କର୍ମୀ ରାଜେଶ୍ୱରୀ ଚୌଧୁରୀ, ଅଙ୍ଗନବାଡି କର୍ମୀ ପୁଷ୍ପାରାଣୀ ପଢ଼ିଆରୀ , ଆଶାକର୍ମୀ ଉଷାରଣୀ ପଣ୍ଡା, ଏନ. ଲକ୍ଷ୍ମୀ ଏବଂ ପି.ଭାଗ୍ୟମ ପ୍ରମୁଖ ରହିଛନ୍ତି । 

 ଏହି ସ୍ୱାସ୍ଥ୍ୟ ବିଭାଗ ଦଳ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ଗ୍ରାମରେ ପ୍ରତ୍ୟେକ ଘରକୁ ଯାଇ ଘର ଲୋକଙ୍କୁ କରୋନା ସଂକ୍ରମଣତା ଠାରୁ ଦୂରେଇ ରହି ନିଜକୁ କିଭଳି ସୁରକ୍ଷିତ ରଖିବେ ସେ ସମ୍ପର୍କରେ ସଚେତନ କରାଉଛନ୍ତି। ମୁଖ୍ୟତଃ ଲୋକମାନଙ୍କୁ ମାସ୍କ ପିନ୍ଧିବା , ହାତ କିଭଳି ଓ କେତେ ସମୟ ଧୋଇବେ , ସାମାଜିକ ଦୂରତା ରକ୍ଷା କରିବା , ଜନଗହଳି ଠାରୁ ଦୂରେଇ ରହିବା , ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା,  ଯଦି ବାହାରେ କାମ ଥିବ ତା ହେଲେ ଶୀଘ୍ର କାମ ସାରି ଘରକୁ ଫେରି ଆସି ହାତ ଧୋଇ ଘର ଭିତରକୁ ଯିବା ପ୍ରଭୃତି ଉପରେ ବୁଝାଇ ହାତ କିଭଳି ଧୋଇବେ , ତାହା ଦେଖାଇ ସଚେତନ କରାଉଛନ୍ତି ।

 ଅନ୍ୟ ପକ୍ଷରେ , ଘରକୁ କେହି  ବାହାରୁ ଆସିଛନ୍ତି କି ଯଦି ସେଭଳି କେହି କାହା ଘରକୁ ଆସୁଛନ୍ତି ତାହା ହେଲେ ତୁରନ୍ତ ଆଶା କିମ୍ଵା ଅଙ୍ଗନବାଡି କିମ୍ବା ଆମର  ଅନ୍ୟ କେହି କର୍ମଚାରୀଙ୍କୁ ଜଣାଇବେ , ସେମାନଙ୍କୁ କରେଂଟାଇନରେ ରଖାଯିବା ସହିତ ସେମାନଙ୍କ ଚିକିତ୍ସା , ରହିବା ଓ ଅନ୍ୟାନ୍ୟ ସୁବିଧା ସବୁ ସରକାରୀ ସ୍ତରରେ କରାଯିବ ବୋଲି କହିଥିଲେ । 

ଏତଦ୍ ବ୍ୟତୀତ  ଘରକୁ ଆସିବା ଲୋକ କି ଘରର କାହାକୁ ଯଦି ଥଣ୍ଡା , କାଶ , ସର୍ଦ୍ଦି , ଛିଙ୍କ , ଗଳା ଦରଦ କି ଜ୍ୱର ପ୍ରଭୃତି ହେଉଛି, ଛାଡୁନାହିଁ  ତା ହେଲେ ତୁରନ୍ତ ଆମର ଆଶାକର୍ମୀ କି ଅଙ୍ଗନବାଡି କର୍ମୀ କି ଆମ  ସ୍ୱାସ୍ଥ୍ୟ କର୍ମୀଙ୍କୁ ଖବର ଜଣାନ୍ତୁ ବୋଲି ବୁଝାଇ କହୁଛୁ ବୋଲି ଅଙ୍ଗନବାଡି କର୍ମୀ ରାଜେଶ୍ୱରୀ ଚୌଧୁରୀ , ମହିଳା ସ୍ବାସ୍ଥ୍ୟକର୍ମୀ ଡିଲେଶ୍ବରୀ ଜେନା ଏବଂ ଆଶା କର୍ମୀ ଉଷାରଣୀ ପଣ୍ଡା କହିଛନ୍ତି।

0
0
0
s2sdefault