କରୋନା ସଚେତନତା ସହ ଗରିବ ଅସହାୟ ମାନଙ୍କୁ ମାସ୍କ, ସାବୁନ, ରନ୍ଧଖାଦ୍ୟ ବଣ୍ଟନ କଲେ ସ୍ବେଛାସେବୀ ଅନୁଷ୍ଠାନ "ଜନକଲ୍ୟାଣ ପ୍ରତିଷ୍ଠାନ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ କୁଜାସିଂ ପଞ୍ଚାୟତର ସୀତାପୁର ଗ୍ରାମ ଠାରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ  “ଜନକଲ୍ୟାଣ ପ୍ରତିଷ୍ଠାନ” ପକ୍ଷରୁ ଗୁମ୍ମା ବ୍ଲକ  ସେରଙ୍ଗ ସ୍ଥିତ ଲାଞ୍ଜିଆ ଶଉରା ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ “କୋଭିଡ-୧୯”ସମ୍ପର୍କିତ ସଂପୂର୍ଣ୍ଣ ମୁଖା ପରିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ କରୋନା ଭୁତାଣୁ ସଂକ୍ରମଣତା ଠାରୁ କିଭଳି ସତର୍କତା ରହି କାର୍ଯ୍ୟରେ ପରିଣତ କରି ଚଳିବେ , ତାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ ସଚେତନ କରାଯାଇଥିଲା । 

ହାତ  ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା , ଜନ ଗହଳି ଠାରୁ ଦୁରେଇ ରହିବା , ଜର , କାଶ , ଛିଙ୍କ ପ୍ରଭୃତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପ୍ରଭୃତି ଉପରେ ପ୍ରତିଷ୍ଠାନ ପକ୍ଷରୁ ସମ୍ପାଦକ ଦୁର୍ଗା ମାଧବ ପଣ୍ଡା ଉପସ୍ଥିତ ଅସହାୟ ଗରିବ ଗ୍ରାମ ବାସୀଙ୍କୁ ବୁଝାଇ ସଚେତନ କରାଇଥିଲେ । ସେହିଭଳି ପ୍ରତିଷ୍ଠାନର  ଟିମ ଲିଡର ବିଉଟି ଲୀମା ଯୋଗଦେଇ ମାସ୍କ ପିନ୍ଧିବା ଓ ହାତ ଧୁଆର ଉପକାରୀତା ଓ ମହତ୍ଵ ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ।  ଏଥି ସହିତ ଗରିବ ଓ ଅସହାୟ ମାନଙ୍କୁ  ମାସ୍କ , ସାବୁନ ଓ ରନ୍ଧାଖାଦ୍ୟ ଶତାଧିକ ଜଣଙ୍କୁ  ବଣ୍ଟନ କରାଯାଇଥିଲା ।   

 ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ଡମ୍ବରୁ ଧର ମହାରଣା , ମାନସ ରଞ୍ଜନ ବିଶ୍ବାସରାୟ , ସିଆରପି-ରୁତନୀ ଗମାଙ୍ଗ , ସରପଞ୍ଚ ଶ୍ରୀମତୀ ଅମ୍ବିକା କାର୍ଜୀ, ୱାର୍ଡ ସଭ୍ୟ ନୀଳକଣ୍ଠ କାର୍ଜୀ, ଆଶାକର୍ମୀ ଦମୟନ୍ତୀ ପାସୁପୁରେଡି , ଅଙ୍ଗନବାଡି କର୍ମୀ କୁମାରୀ ଦେବୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault