ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ ନିର୍ଦ୍ଦେଶ
କଟକ /ଶାସକ ପ୍ରଶାସକ : କେବଳ କୋବିଦ -୧୯ ନେଗେଟିଭ ଥିବା ପ୍ରବାସୀଙ୍କୁ ରାଜ୍ୟ ଭିତରକୁ ପ୍ରବେଶ ନିଶ୍ଚିତ କରିବା ପାଇଁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ସାମାଜିକ କର୍ମୀ ନାରାୟଣଚନ୍ଦ୍ର ଜେନାଙ୍କ ଦ୍ୱାରା ଆଗତ ଏକ ପିଆଇଏଲର ଶୁଣାଣି କରି ମାନ୍ୟବର ଅଦାଲତ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି | ଯେଉଁମାନେ ଓଡିଶା ଆସିବାକୁ ଚାହୁଁଛନ୍ତି ସେହି ରାଜ୍ୟରେ ସେମାନଙ୍କ RT PCR ଟେଷ୍ଟ କରି ଯଦି ସେମାନଙ୍କ କୋବିଦ ନେଗେଟିଭ ଥିବା ତେବେ ସେମାନଙ୍କୁ ଆସିବା ପାଇଁ ଅନୁମତି ଦେବା ପାଇଁ କହିଛନ୍ତି |