ଜିଲ୍ଲା ପ୍ରଶାସନ ଏବଂ ଚାଷୀଙ୍କ ମଧ୍ୟରେ ଧାନବିକ୍ରି କୁନେଇ ଆଲୋଚନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :- କରୋନା ସଂକ୍ରମଣ ଭୁତାଣୁକୁ ନେଇ ସାରା ଦେଶବ୍ୟାପି  ଲକଡାଉନ ପରିସ୍ଥିତିରେ ଥିବାରୁ ସୁନ୍ଦରଗଡ ଜିଲାରେ ପ୍ରଥମେ ଟୋକନର ଅବ୍ୟବସ୍ଥା  ଯୋଗୁ ଚାଷୀମାନେ ଅଭାବୀ ଧାନ ବିକ୍ରିର ଶିକାର ହୋଇଛନ୍ତି  |  ଚାଷୀମାନେ ଅନେକ କ୍ଷୟକ୍ଷତି ସହିବାକୁ ପଡିଛି ବୋଲି ଚାଷୀମାନେ କହିଛନ୍ତି ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ  ଦେଖାଦେଇଛି ।  ଆଜି  ଭାଜପା ଯୁବନେତା ଅଜୟ ପଟେଲଙ୍କ ନେତୃତ୍ୱରେ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ଏକଚାଷୀ ପ୍ରତିନିଧି ଦଳ ସଦର ଉପଜିଲାପାଳ ଅଭିମନ୍ୟୁ ବେହେରାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ଏହି ଆଲୋଚନା ରେ ଚାଷୀମାନେ ନିଜର ଅସନ୍ତୋଷ ଉପ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଭାଜପା ଯୁବନେତା ଶ୍ରୀ ପଟେଲ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୨ଗୋଟି ଲ୍ୟାମ୍ପସ୍‌ରେ ଆଗାମୀ ବର୍ଷରେ ଏକ ୧ଲକ୍ଷ କୁଇଣ୍ଟାଲ ଧାନ କିଣିବାର ବ୍ୟବସ୍ଥା କରାଗଲେ କୌଣସି ଅସୁବିଧା ରହିବ ନାହିଁ ବୋଲି ପ୍ରସ୍ତାବ ଦେଇଛନ୍ତି । ସେହିପରି ସ୍ଥାନୀୟ ଚାଷୀ, ମିଲର୍ସଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଦର ନିର୍ଦ୍ଧାରଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲା ଯୋଗାଣ ଅଧିକାରୀ, ଏଆରସିଏସ ଗ୍ରାବିଏଲ ସୋରେନ୍‌, ସମବାୟ ସମିତି ସମୂହର ଉପନିବନ୍ଧକ ଜେରମ କେରକେଟା, ମିଲର୍ସ ଓ ସମସ୍ତ ଲ୍ୟାମ୍ପସର ସିଇଓ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault