"ପ୍ରବାସୀଙ୍କୁ ଷ୍ଟେସନରୁ ସଙ୍ଗରୋଧ କେନ୍ଦ୍ରକୁ ନେଇ ଆସୁଥିବା ବସ ବାଟରେ କାହାକୁ ଓହ୍ଳାଇବେ ନାହିଁ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ପ୍ରଶାସନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପତ୍ର 

 ନିୟମ ଉଲ୍ଲଙ୍ଘନ ହେଲେ କାର୍ଯ୍ୟାନୁଷ୍ଠାନ : ଡ୍ରାଇଭରଙ୍କ ଲାଇସେନ୍ସ ହେବ ଜବତ, ନୋଡାଲ ଅଫିସର ରହିବେ ଉତ୍ତରଦାୟୀ 

ଭୁବନେଶ୍ୱର(ଶାସକ ପ୍ରଶାସକ):  ରେଳ ଷ୍ଟେସନରୁ ବସରେ ଆସୁଥିବା ଯାତ୍ରୀଙ୍କୁ ବସ ଡ୍ରାଇଭର ବାଟରେ ଗାଡି ରଖି ଯାତ୍ରୀଙ୍କୁ ଓହ୍ଲାଉପାରିବେ ନାହିଁ | ଯାତ୍ରାରମ୍ଭ ଠାରୁ ଆରମ୍ଭ  ଗନ୍ତବ୍ୟ ଜିଲ୍ଲାରେ କ୍ଵାରାଣ୍ଟାଇନ ସେଣ୍ଟରରେ ପହଂଚିବା ପୂର୍ବରୁ କାହାକୁ ବାଟରେ ଓଲ୍ହାଇବା ଅଭିଯୋଗ ଆସିଲେ ସମ୍ପୃକ୍ତ ବସ ନିୟମ ଉଲ୍ଲଙ୍ଘନ କରୁଥିବା ବସ ଡ୍ରାଇଭର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ତାଙ୍କ ଲାଇସେନ୍ସ ଜବତ କରାଯିବ ଓ ଦାୟିତ୍ୱରେ ଥିବା ନୋଡାଲ ଅଫିସର ବି ଏଥି ପାଇଁ ଉତ୍ତରଦାୟୀ ରହିବେ ବୋଲି ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ଏକ  ଚିଠିରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଉଲ୍ଲେଖ ଦେଇଛନ୍ତି |

ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଆଗନ୍ତୁକ ପ୍ରବାସୀ ମାନଙ୍କୁ ନେଇ ଆସୁଥିବା ବସ ବାଟରେ ଗାଡି ରଖି କିଛି ଲୋକଙ୍କୁ ଓହ୍ଲାଇଲା ଭଳି ଘଟଣା ସରକାରଙ୍କ ନଜରକୁ ଆସିବା ପରେ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି |  ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟି ଜିଲ୍ଲା ପ୍ରଶାସନ ବସ ରୀକ୍ୟୁଜିସନ କରି ନୋଡାଲ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଷ୍ଟେସନରୁ ସିଧାସଳଖ  ଗନ୍ତବ୍ୟ ଜିଲ୍ଲାରେ କ୍ଵାରାଣ୍ଟାଇନ ସେଣ୍ଟରରେ ପହଂଚିବାର ବ୍ୟବସ୍ଥା କରାଯିବ | ବସ ରୀକ୍ୟୁଜିସନ କଲାବେଳେ ସଂପୃକ୍ତ ବସ ମାଲିକ /ଡ୍ରାଇଭରଙ୍କୁ ସ୍ପଷ୍ଟ ଭାବେ କୁହାଯିବ ଯେ ସେମାନେ ବାଟରେ କାହାକୁ ଓହ୍ଳାଇବେ ନାହିଁ |  ଯଦି କେହି ତାହାର ଉଲ୍ଲଘଂନ କରନ୍ତି ତେବେ ଫୌଜଦାରୀ ମାମଲା ରୁଜୁ କରାଯିବ ସହ ଲାଇସେନ୍ସ ଜବତ କରାଯିବ | ଅପରପକ୍ଷରେ ଆଗନ୍ତୁକ ପ୍ରବାସୀଙ୍କୁ  କ୍ଵାରାଣ୍ଟାଇନ ସେଣ୍ଟରରେ ଦାୟିତ୍ୱ ନୋଡାଲ ଅଫିସରଙ୍କ ହୋଇଥିବା ବେଳେ ଏହାର ଉଲ୍ଲଂଘନ ହେଲେ ନୋଡାଲ ଅଫିସରଙ୍କୁ ଉତ୍ତରଦାୟୀ କରାଯିବ ବୋଲି ଶ୍ରୀ ଜେନା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି |

 

0
0
0
s2sdefault