ହେଡଲାଇନସ୍:

୨୦୧୭ ବର୍ଷ ମରୁଡ଼ିର ବୀମାରାଶି ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁରରୁ ନୀଳ ଦୀପ : ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ କୄଷକ ସଂଗଠନ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୨୦୧୭ ବର୍ଷ ମରୁଡ଼ିର ବୋଲି ବୀମାରାଶି ମିଳିବା ନେଇ ଐକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଏହି ଅଵସରରେ ପଶ୍ଚିମ ଓଡିଶା କୄଷକ ସମନ୍ୱୟ ସମିତି, ରାଜବୋଡାସମ୍ବର କୄଷକ ସଂଗଠନ ଜୟକିଶାନ ଆନ୍ଦୋଳକ ପ୍ରଭୃତିର ଭୋଜରାଜ ଭୋଇ,ଚଞ୍ଚଳ ପ୍ରଧାନ, ଉହନ୍ତ ଭୋଇ, ଜେଠୁ ଭୋଇ, ରମେଶ ମହାପାତ୍ର, କମ୍ଭୁପାଣି ପ୍ରଧାନ, କୄଷକ ସଂଗଠନ ର ସଭାପତି ବାଞ୍ଛାନିଧି ନାୟକ ପ୍ରମୁଖ ସରକାରଙ୍କ ଚାଷୀ ମାରଣ ନୀତିର ତୀବ୍ର ବିରୋଧ କରିଥିଲେ ।ରାଜବୋଡାସମ୍ବର କୄଷକ ସଂଗଠନର ସମ୍ପାଦକ ଅଶୋକ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଅଞ୍ଚଳର ହଜାର ହଜାର ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ ।ଦାବୀ ଗୁଡିକ ମଧ୍ୟରେ ୨୦୧୭ର ବୀମାରାଶି ଅପ୍ରେଲ ସୁଦ୍ଧା ମିଲବା,ଏ ଅଞ୍ଚଳର ଅମଳ ରେଖା ପିଛା ପଦ୍ମପୁର ବ୍ଳକ ୨୫କ୍ବିଣ୍ଟାଲ,ପାଇକମାଲ ବ୍ଳକ ୨୦ କ୍ବିଣ୍ଟାଲ, ଗାଇସିଲେଟ ବ୍ଳକ ୨୮ କ୍ବିଣ୍ଟାଲକୁ ବୄଦ୍ଧି ଏବଂ ଏହାକୁ ଆକଳନ କରାଯାଇ ବୀମାରାଶି ପ୍ରଦାନ କରାଯିବା,ସି.ଏମ.ଟି ଘୋଷଣା କରି କାର୍ଯ୍ୟକାରି କରାଯିବା,ଇନକ୍ବାରୀ ରିପୋର୍ଟ ଅନୁସାରେ ଇନପୁଟ ସବସିଡି ପ୍ରଦାନ,ସ୍ଥୟୀ ଜଳସେଚନର ବ୍ୟବସ୍ଥା, ବିଦ୍ୟୁତ ଶୁଳ୍କ ଛାଡ଼,ଋଣୀ ଓ ଡିଫଳଡର ଚାଷୀ ଙ୍କ କୄଷି ଋଣ ଛାଡ଼ କରାଯିବା ପ୍ରଭୄତି ଦାବୀକୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପ୍ରଦାନ କରାଯାଇଥିଲା ।ଅପ୍ରେଲ ଶେଷ ସୁଦ୍ଧା କୄଷି ବୀମା ପ୍ରଦାନ କରାନଗଲେ ଆଇନ ଅମାନ୍ୟ ଆନ୍ଦୋଳନ ସଂଗଠନ ପକ୍ଷରୁ କରାଯିବ ବୋଲି ଚେତାବନୀ ଦିଆଯାଇଛି ।ଶେଷରେ ରୋହିତ ପ୍ରଧାନ ,ପ୍ରଶାନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault