ହେଡଲାଇନସ୍:

ଯେତେ କହିଲେ ବି ରାଜ୍ୟ ସରକାରଙ୍କ କଥାକୁ   ରାଷ୍ଟ୍ରାୟତ ବ୍ୟାଂକଙ୍କ ଖାତିର ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମବାୟ ବ୍ୟାଙ୍କ ଜମା ଅର୍ଥ ଠାରୁ ଅଧିକ ଶସ୍ୟ ଋଣ ଦେଉଥିବା ବେଳେ ଅନ୍ୟ ବ୍ୟାଙ୍କମାନେ କୁନ୍ଥୁକୁନ୍ଥୁ

୨୦୧୬-୧୭ ଆର୍ଥିକ  ବର୍ଷରେ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ଓଡ଼ିଶାରୁ ୧,୯୩,୩୧୩ କୋଟି ୩୭ ଲକ୍ଷ ଟଙ୍କାର ଜମା ସଂଗ୍ରହ କରିଥିବା  କୃଷି ଋଣର ପରିମାଣ ଥିଲା ମାତ୍ର ୧୧,୫୧୬ କୋଟି ଟଙ୍କା ।  ଘରୋଇ ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ୩୫,୪୭୭ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ  କୃଷି ଋଣର ଦେଇଛନ୍ତି  ମାତ୍ର ୩,୭୦୪ କୋଟି ।  ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ୧୫,୧୪୫ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ କୃଷି ଋଣର ପରିମାଣ ଥିଲା ମାତ୍ର ୩,୬୦୭ କୋଟି ଟଙ୍କା । 

ଭୁବନେଶ୍ୱର : ସମବାୟ ବ୍ୟାଙ୍କଗୁଡ଼ିକ ରାଜ୍ୟରେ ଯେତେ ଜମା ସଂଗ୍ରହ କରୁଛନ୍ତି ତାହା ଅପେକ୍ଷା ଢେର୍ ଅଧିକ ପରିମାଣର ଅର୍ଥ ଋଣ ଆକାରରେ ଖଟାଉଥିବା ବେଳେ ଜାତୀୟକରଣ ଓ ଘରୋଇ ବ୍ୟାଙ୍କଗୁଡ଼ିକ କିନ୍ତୁ ଯେତେ ଜମା ସଂଗ୍ରହ କରୁଛନ୍ତି ତାହା ତୁଳନାରେ ଢେର୍ କମ୍ ଋଣ ଦେଉଛନ୍ତି । ଶସ୍ୟ ଋଣ ପ୍ରଦାନ କ୍ଷେତ୍ରରେ ସମବାୟ ବ୍ୟାଙ୍କଗୁଡ଼ିକ ଉତ୍ତମ ପ୍ରଦର୍ଶନ କରୁଥିବା ବେଳେ ଜାତୀୟକରଣ ଓ ଘରୋଇ ବ୍ୟାଙ୍କମାନଙ୍କର ଶସ୍ୟ ଋଣ ଲଗାଣ ହାର ଅତ୍ୟନ୍ତ ନୈରାଶ୍ୟଜନକ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି । 

୨୦୧୭-୧୮ ଆର୍ଥିକ  ବର୍ଷର ଜାନୁଆରୀ ଶେଷ ସୁଦ୍ଧା ସମବାୟ ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ୯,୫୮୮ କୋଟି ୯୩ ଲକ୍ଷ ଟଙ୍କାର ଜମା ସଂଗ୍ରହ କରିଥିବା ବଳେ ଋଣ ଦେଇଛନ୍ତି ୧୧,୧୯୭ କୋଟି ୫୯ ଲକ୍ଷ ଟଙ୍କା । ଏଥିମଧ୍ୟରୁ ଶସ୍ୟ ଋଣର ପରିମାଣ ହେଉଛି ୧୧,୦୦୫ କୋଟି ୮୦ ଲକ୍ଷ ଟଙ୍କା । 

ଏଠାରେ ଉଲ୍ଲେଖନୀୟ ଯେ ୨୦୧୧-୧୨ ବର୍ଷରେ ସମବାୟ ବ୍ୟାଙ୍କଗୁଡ଼ିକ ଆମ ରାଜ୍ୟରେ ୪,୬୮୩ କୋଟି ୯୯ ଲକ୍ଷ ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଋଣ ଖଟାଇଥିଲେ ୫,୩୭୪ କୋଟି ୯୫ ଲକ୍ଷ ଟଙ୍କା । ଏଥିମଧ୍ୟରୁ ଶସ୍ୟ ଋଣର ପରିମାଣ ଥିଲା ୪,୪୧୫ କୋଟି ୮୯ ଲକ୍ଷ ଟଙ୍କା । ୨୦୧୬-୧୭ ବର୍ଷରେ ସମବାୟ ବ୍ୟାଙ୍କଗୁଡ଼ିକର ଜମା ସଂଗ୍ରହ ପରିମାଣ ୯,୧୨୧ କୋଟି ଟଙ୍କା ଥିବା ବେଳେ ଋଣ ପ୍ରଦାନ କରାଯାଇଥିଲା ୧୧,୪୨୩ କୋଟି ଟଙ୍କା । ଏଥିମଧ୍ୟରୁ ଶସ୍ୟ ଋଣର ପରିମାଣ ଥିଲା ୧୦,୨୦୪ କୋଟି ୮୧ କୋଟି ଟଙ୍କା । ଅନ୍ୟପକ୍ଷରେ ୨୦୧୭-୧୮ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶାରୁ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ୧,୯୮୨୩୬ କୋଟି ଟଙ୍କା ଜମା ସଂଗ୍ରହ କରିଥିବା ବେଳେ ଏମାନେ ଋଣ ପ୍ରଦାନ କରିଥିଲେ ମାତ୍ର ୭୬,୫୬୦ କୋଟି ୭୬ ଲକ୍ଷ ଟଙ୍କା । ଏଥିମଧ୍ୟରୁ କୃଷି ଋଣର ପରିମାଣ ଥିଲା ୧୩,୭୭୧ କୋଟି ୬୦ ଲକ୍ଷ ଟଙ୍କା । ଏହି ସମୟ ମଧ୍ୟରେ ଓଡ଼ିଶାରେ ଥିବା ଘରୋଇ ବ୍ୟାଙ୍କଗୁଡ଼ିକ ୪୦,୮୫୩ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଋଣ ଦେଇଛନ୍ତି ୩୦,୬୭୨ କୋଟି । ସେଥିମଧ୍ୟରୁ କୃଷି ଋଣ ପରିମାଣ ମାତ୍ର ୪,୦୫୬ କୋଟି ଟଙ୍କା । ସେହିପରି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ଏହି ସମୟ ମଧ୍ୟରେ ୧୫,୯୫୧ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଋଣ ଖଟାଇଛନ୍ତି ୭,୬୮୩ କୋଟି  । ଏଥିମଧ୍ୟରୁ କୃଷି ଋଣର ପରିମାଣ ମାତ୍ର ୩,୮୬୫ କୋଟି ଟଙ୍କା । 

୨୦୧୬-୧୭ ଆର୍ଥôକ ବର୍ଷରେ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ଓଡ଼ିଶାରୁ ୧,୯୩,୩୧୩ କୋଟି ୩୭ ଲକ୍ଷ ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଋଣ ଖଟାଇଛନ୍ତି ୭୪,୧୦୫ କୋଟି । ଏଥିରୁ କୃଷି ଋଣର ପରିମାଣ ଥିଲା ମାତ୍ର ୧୧,୫୧୬ କୋଟି ଟଙ୍କା । ଉକ୍ତ ବର୍ଷରେ ଘରୋଇ ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ୩୫,୪୭୭ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ୨୩,୮୫୦ କୋଟି ଟଙ୍କା ଋଣ ଆକାରରେ ପାଇଛନ୍ତି ଯେଉଁଥିରୁ କୃଷି ଋଣର ପରିମାଣ ମାତ୍ର ୩,୭୦୪ କୋଟି । ସେହିପରି ଉକ୍ତ ବର୍ଷରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ୧୫,୧୪୫ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ୭,୫୦୨ କୋଟି ଟଙ୍କାର ଋଣ ଦେଇଛନ୍ତି । ଏଥିମଧ୍ୟରୁ କୃଷି ଋଣର ପରିମାଣ ଥିଲା ମାତ୍ର ୩,୬୦୭ କୋଟି ଟଙ୍କା । 

ସରକାରଙ୍କର ପ୍ରଦତ୍ତ ଏହି ତଥ୍ୟରୁ ସମବାୟ ବ୍ୟାଙ୍କଗୁଡ଼ିକ ଜମା ତୁଳନାରେ ଢେର୍ ଅଧିକ ଅର୍ଥ ଶସ୍ୟ ଋଣ ଆକାରରେ ଖଟାଉଥିବା ବେଳେ ଜାତୀୟକରଣ ଓ ଅନ୍ୟ ବ୍ୟାଙ୍କଗୁଡ଼ିକର ଜମା ସଂଗ୍ରହ ତୁଳନାରେ କୃଷି ଋଣର ଅନୁପାତ ଢେର୍ କମ୍ । ଏ ପରିପ୍ରେକ୍ଷୀରେ ସମବାୟ ବ୍ୟାଙ୍କଗୁଡ଼ିକ କୃଷି ଲାଗି ଅଧିକ ଋଣ ପ୍ରଦାନ କରୁଥିବା ଦୃଷ୍ଟିରୁ ରାଜ୍ୟ ସରକାର ତାଙ୍କ ଟ୍ରେଜେରୀ କାରବାର ତଥା ସରକାରୀ ଆୟବ୍ୟୟ ପରି·ଳନାର ମୁଖ୍ୟାଂଶ ସମବାୟ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ କରାଇବା ପାଇଁ ବିଧାୟକ ଶ୍ରୀ ରାୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଅଦ୍ୟାବଧି ଏ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

0
0
0
s2sdefault