ହେଡଲାଇନସ୍:

ରେଢାଖୋଲ ଓ ନାକ୍ଟିଦେଉଳ ବ୍ଲକକୁ ଫେରିଲେ ସୁରତରେ ଫସିଥିବା ୨୧ ଜଣ ଶ୍ରମିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ(ଯଶୋବନ୍ତ ନାରାୟଣ ସାହୁ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ କୁ ସୁରତରେ ଫସିଥିବା ୨୧ ଜଣ ଶ୍ରମିକ ନିଜ ଜନ୍ମମାଟିକୁ ଫେରିଆସିଥିବା ଖବର ଜଣାପଡିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ  , ବ୍ଲକର ୨୧ ଜଣ ଶ୍ରମିକ ଗୁଜୁରାଟର ସୁରତରେ ଶ୍ରମିକ ଭାବରେ କାମ କରୁଥିଲେ । ହେଲେ ଦେଶରେ କୋରନା ମହାମାରୀ ବୃଦ୍ଧିପାଇବାରୁ ସରକାର ଲକ୍ ଡାଉନ୍ ଘୋଷଣା କରିବାରୁ ସେମାନେ ନିଜ ରାଜ୍ୟକୁ ଫେରିପାରି ନ ଥିଲେ । ଯା ଫଳରେ ଶ୍ରମିକ ମାନେ ସରକାରଙ୍କୁ ନିଜ ଜନ୍ମ ମାଟିକୁ ଫେରିଯିବାକୁ ଅନୁରୋଧ କରିଥିଲେ । ରବିବାର ଦିନ ରେଢାଖୋଲ ବ୍ଲକର ୪ ଜଣ ଶ୍ରମିକ ବସ୍ ମାଧ୍ୟମରେ ରେଢାଖୋଲ କୁ ଫେରି ଆସିଛନ୍ତି । ରେଢାଖୋଲ ବ୍ଲକର ବଡବାହାଳ ପଞ୍ଚାୟତ ର ଅସ୍ଥାୟୀ ସ୍ୱାସ୍ଥ୍ୟ ଗୃହରେ ସେମାନେ ରହିବା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଥିବା ରେଢାଖୋଲ ବିଡିଓ ପରୀକ୍ଷିତ ସାହୁ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ରେଢାଖୋଲ ବ୍ଲକ୍‌ର ବୁର୍ଡା ପଂଞ୍ଚାୟତର ୧ ଜଣ , ବଂଶାଜାଲର ପଞ୍ଚାୟତ ର ୨ ଜଣ ଏବଂ ବଡବାହାଳ ପଂଞ୍ଚାୟତର ୧ ଜଣ କେବଳ ବଡବାହାଳ ଅସ୍ଥାୟୀ ସ୍ୱାସ୍ଥ୍ୟ ଗୃହରେ ରହିପାରିବେ ବୋଲି ରେଢାଖୋଲ ବିଡିଓ ପ୍ରକାଶ କରିଛନ୍ତି । ସେମାନେ ୧୪ ଦିନ ପର୍ଯ୍ୟନ୍ତ ବଡବାହାଳ ହାଇସ୍କୁଲଠାରେ ଖୋଲିଥିବା ଏହି ଗୃହରେ କ୍ୱାରେନ୍‌ଟାଇନ୍ ରେ ରହିବେ । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଲାପରେ କରୋନା ଚିହ୍ନଟ ଜଣାପଡିବ ବୋଲି ବିଡିଓ ପ୍ରକାଶ କରିଛନ୍ତି ।

ସେହିପରି ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମପଞ୍ଚାୟତର ବାପୂଜୀ  ହାଇସ୍କୁଲଠାରେ ଖୋଲିଥିବା କ୍ୱାରେଣ୍ଟାଇନ ଗୃହରେ ରହିବା ପାଇଁ ସୁରତରୁ ରବିବାର ଦିନ ଆସି ପହଁଞ୍ଚିିଛନ୍ତି ୧୬ ଜଣ । ଗତ କାଲି  ସୁରତରୁ ଆସିଥିବା ୧୬ ରୁ ଦେବଗଡ ଜିଲ୍ଲା ରିଆମାଳର ୯ ଜଣ ଥିବା ବେଳେ ଡଇଁଚା ସରପଞ୍ଚ ପ୍ରବୀଣ କୁମାର ପ୍ରଧାନଙ୍କ ଉଦ୍ୟମରେ ସେମାନଙ୍କୁ ରିଆମାଳ ଫେରାଇଦେଇଥିବା ଜଣାପଡିଛି । ପୂର୍ବାହ୍ନ ୧୨ ଘଟିକା ସମୟରେ ଆଉ ଏକ ବସ୍ ରେ ସୁରତରୁ ୧୦ ଜଣ ଆସି ପହଁଞ୍ଚିଛନ୍ତି । ବର୍ତ୍ତମାନ ଡଇଁଚା ବାପୂଜୀ ହାଇସ୍କୁଲ ଠାରେ ଖୋଲି ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସେମାନେ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେନଟାଇନ୍ ରେ ରହିବା ପାଇଁ ବନ୍ଦୋବସ୍ତ ହୋଇଛି । ଡଇଁଚା ର ଏହି କେନ୍ଦ୍ରରେ ଡଇଁଚା ପଞ୍ଚାୟତର ର ୧୫ ଜଣ , ଘୋଷରାମାଳ ପଞ୍ଚାୟତର ୧ ଜଣ , ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ୧ ଜଣ ରହିଥିବା ଜଣା ପଡିଛି ।

0
0
0
s2sdefault