ହେଡଲାଇନସ୍:

 ପ୍ରକୃତରେ ସାଥି ହେଉଛି ବହି , ଆଗକୁ ବଢ଼ିବାର ବାଟ ଦିଏ କହି :ଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବହି ଏବେ ପାଲଟୁଛି ଆଲମାରୀର ସାଇତା ବସ୍ତୁ

10-04-18--BOOK-MEETING-w.jpg - 69.71 kB

ଜଗତସିଂହପୁରରୁ ଅଜୟ ଜେନା -ଆଜିକାଲି ବିଦ୍ୟାଳୟ ପାଠାଗାର ମାନଙ୍କରେ ପିଲାମାନେ ବହି ପଢୁନାହାଁନ୍ତି । ବହି ଗୁଡିକ ଆଲମିରାରେ ସାଇତା ହୋଇ ରଖାଯାଉଛି । ଛାତ୍ରଛାତ୍ରୀମାନେ ଭାଷା ପ୍ରତି ଗର୍ବୀତ ହେବା କଥା । ଭାଷାକୁ ବଂଚାଇ ରଖିବା ପାଇଁ ବହି ପଢିବା ଦରକାର । ସାଧାରଣ ଜୀବନରେ ବହି ବହୁତ ଉପାଦେୟ ହୋଇଥାଏ ।  ପିଲାମାନେ ବହି ପଢିବା ଦ୍ୱାରା ଆଗକୁ ବଢି ପାରିବେ । ବହି ହେଉଛି ସମସ୍ତଙ୍କର ସାଥୀ ବୋଲି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଳ୍ୟରେ ବହିମୋର ସାଥୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଜିଲ୍ଲାପାଳ  ୟାମିନୀ ଷଡଙ୍ଗୀ ।

 ଏହି ଉତ୍ସବରେ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ଷଡଙ୍ଗୀ କହିଲେ ରାଜ୍ୟ ସରକାର  ଚଳିତ ବର୍ଷକୁ  ବୁକ୍ ରିଡିଙ୍ଗ୍  ବର୍ଷ ଭାବେ ପାଳନ କରିବାକୁ ନିର୍ଦ୍ଦେଶ  ଦେଇଛନ୍ତି ।ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ବା ପାଠ୍ୟସୂଚୀ ବହି ପଢିବା ସହିତ ବିଜ୍ଞାନ,ସାହିତ୍ୟ,ଦକ୍ଷତା ବିକାଶ,ଜ୍ୟୋତିଷ ଶାସ୍ତ୍ର,ଜଣା ଅଜଣା,ସଂପର୍କୀୟ ବହି ପଢିଲେ ପୂର୍ଣ୍ଣାଙ୍ଗ ଶିକ୍ଷା ମିଳି ପାରିବ । ପିଲାମାନେ ପୁରାଣ,ଉପାନ୍ୟାସ ଓ ଦୁଃସାହସିକ ବହି ପଢିବା ଆବଶ୍ୟକ । ଗଳ୍ପ ବହି ପଢିବା  ଦ୍ୱାରା ବିଭିନ୍ନ ବିଷୟରେ  ଜ୍ଞାନ ଆହରଣ କରିପାରିବେ ଗୋପିନାଥ ମହାନ୍ତିଙ୍କ ପରଜା,ପ୍ରତିଭା ରାୟଙ୍କ ଯାଜ୍ଞସେନୀ ପଢିବା ପାଇଁ ଜିଲ୍ଲାପାଳ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଦିବସରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶକ୍ତି ପ୍ରସାଦ ମିଶ୍ର କହିଲେ ପୁସ୍ତକ ପଠନ ସବୁଠାରୁ ଭଲ ଅଭ୍ୟାସ । ଭଲ ବହିର  ଆଦର ରହିଛି । ଭଲବହି ଭଲ କଥା ଶିଖାଏ,ଭଲ ବାଟରେ ଯିବାକୁ ରାସ୍ତା ଦେଖାଏ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଞନ ପଟ୍ଟନାୟକ ସମ୍ମାନିତା  ଅତିଥି ଭାବେ ଯୋଗ ଦେଇ କହିଲେ ବହି ପଢିବା ଏକ ଭଲ ଅଭ୍ୟାସ । ବହି ପଢିବା ଦ୍ୱାରା  ଜ୍ଞାନର ଚୌହଦୀ ପରିବ୍ୟାପ୍ତ ହୋଇଥାଏ । ଉପନ୍ୟାସ କ୍ଷୁଦ୍ରଗଳ୍ପ,ପୁରାଣ,ବିଜ୍ଞାନ,କ୍ୟାବ,କବିତା ଓ ଜୀବନୀ ପଡିବ ଦ୍ୱାରା ପିଲାମାନେ ସେସବୁର ମହତ ଚରିତ୍ର ମାନଙ୍କର ଜୀବନାଦର୍ଶରେ ପ୍ରଭାବିତ ହୁଅନ୍ତି  । ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ କହିଲେ ଏଇଯେ ମୋର ବହି,ରଙ୍ଗ ରଙ୍ଗିଆ ଏହାର ଛବି,ନିଏ ମୋ ମନ ମୋହି । ଏହି ବହିରୁ ପଢେ ମୁଁ ପାଠ,ବହିଟି ମୋତେ ବତାଏ ବାଟ,ବହିଟି ମୋର ସାଥୀ । ଶେଷରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ  ସମିତା ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault