ହେଡଲାଇନସ୍:

 ମୟୂରଭଞ୍ଜ ଜିଲ୍ଲାରେ ଫେଲ ମୋଦି ସରକାରଙ୍କ ମେକଇନ ଇଣ୍ଡିଆ ଓ ମେଡ ଇନ ଇଣ୍ଡିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଜିଲ୍ଲାରେ ବିଏସଏନଏଲ ସେବା ବାଧାପ୍ରାପ୍ତ,ତୃଟି ନସୁଧାରିଲେ ଯୁବ ବିଜେଡି ପକ୍ଷରୁ ବ୍ୟାପକ ଜନଆନେ୍ଦାଳନ ହେବ-

ବାରିପଦାରୁ ଦିଲ୍ଲୀପ ମହାନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ ଇନ ଇଣ୍ଡିଆ ଓ ମେଡ ଇନ ଇଣ୍ଡିଆ ଯୋଜନାର ବାସ୍ତବ ରୂପରେଖ ମୟୂରଭଞ୍ଜ ଜିଲ୍ଲାରେ ବିଫଳ ହୋଇଛି । ଜିଲ୍ଲାରେ ବିଏସଏନଏଲ ନେଟୱର୍କ ବିଗତ କିଛି ଦିନ ହେବ ବ୍ୟାହତ ହୋଇଥିବା ଯୋଗୁଁ ଲକ୍ଷାଧିକ ଗ୍ରାହକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଫଳରେ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ଯେ ମୟୂରଭଞ୍ଜ ଜିଲ୍ଲାରେ ଫେଲ ମାରିଛି ତାହା ସ୍ପଷ୍ଟ ପ୍ରମାଣି ହୋଇଛି ବୋଲି ବିଜେଡି ଯୁବ ଜନତା ଦଳ ପକ୍ଷରୁ କୁହାଯାଇଛି । ତେବେ ବିକାଶର ପାଠ ପଢ଼ାଉଥିବା କେନ୍ଦ୍ରର ମୋଦି ସରକାର ଯେ ଲୋକମାନଙ୍କୁ ଠକୁଛନ୍ତି ତାହା ସ୍ପଷ୍ଟ ପ୍ରମାଣିତ ହୋଇଛି ମୟୂରଭଞ୍ଜ ଜିଲ୍ଲାରେ । ଏନେଇ ବିଜେଡି ଯୁବ ଜନତା ଦଳର ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ  କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ କହିବା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାରେ ଗତ ମାର୍ଚ୍ଚ ଶେଷ ସପ୍ତାହ ସମୟରୁ ଆଜି ପର୍ଯ୍ୟନ୍ତ ବିଏସଏନଏଲ ବ୍ରଡବ୍ୟାଣ୍ଡ ସେବା ବାଧାପ୍ରାପ୍ତ ହୋଇଛି । ଫଳରେ ଇଣ୍ଟରନେଟ ଯୋଗାଯୋଗ ସେବା ବ୍ୟାହତ ହୋଇଛି । ବ୍ରଡବ୍ୟାଣ୍ଡ ଅଚଳ ହୋଇପଡ଼ିଥିଲେ ସୁଦ୍ଧା ଏନେଇ ବିଏସଏନଏଲ କର୍ତୃପକ୍ଷଙ୍କ କୌଣସି ପଦକ୍ଷେପ ଗ୍ରହଣ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି କହିଛନ୍ତି । ତେବେ ବିଏସଏନଏଲର ଏଭଳି କାର୍ଯ୍ୟକଳାପ ପାଇଁ ଆଗାମୀ ଦିନରେ ଏକ ବ୍ୟାପକ ଜନ ଆନେ୍ଦାଳନ ସୃଷ୍ଟି ହେବ ବୋଲି କହିଛନ୍ତି । ବର୍ଷ ତମାମ ଇଣ୍ଟରନେଟ ବ୍ୟବସ୍ଥା ଧିମା ରହୁଥିବା ଥିବା ବେଳେ ବ୍ରଡବ୍ୟାଣ୍ଡ ଗ୍ରାହକମାନଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବା ସାଂଗକୁ କ୍ଷତି ସହିବାକୁ ପଡ଼ିଛି । ଫଳରେ ଜିଲ୍ଲାରେ ବିଏସଏନଏଲ ବ୍ରଡବ୍ୟାଣ୍ଡ ଉପଭୋକ୍ତାମାନେ ଏହାର କୌଣସି ଲାଭ ପାଇ ପାରୁ ନାହାନ୍ତି । ଅନ୍ୟପଟେ ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ବାରିପଦା ସହରରେ ବିଏସଏନଏଲ ମୋବାଇଲରେ କଥା ହେବା ଅସମ୍ଭବ ହୋଇପଡ଼ୁଛି । ଏପରିକି କଥା ବାର୍ତ୍ତା ଆଦୌ ଶୁଭୁନଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଉତ୍ତର ଓଡ଼ିଶା ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ କହିବା ଅନୁସାରେ, ବିଏସଏନଲ ବ୍ରଡବ୍ୟାଣ୍ଡ ଗ୍ରାହକମାନେ ମାସିକ ୧୧୦୦ଟଙ୍କାରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ବିଲ ପୈଠ କରୁଛନ୍ତି । ମାତ୍ର ସେମାନେ ପ୍ରଦାନ କରୁଥିବା ଟଙ୍କର କୌଣସି ଲାଭ ମିଳୁ ନାହିଁ । ଏହି ସେବା ମାସିକ ୩୦ଦିନରୁ ୨୦ଦିନ ସେବା ଅଚଳ ହୋଇପଡ଼ୁଛି । ଏଣୁ ବିଏସଏନଏଲ ଉପରୋକ୍ତାମାନେ ଏହି ସେବାରୁ ମୁହଁ ଫେରାଇ ଅନ୍ୟ ନେଟୱର୍କ ଉପରେ ନିର୍ଭର କରୁଛନ୍ତି । ହେଲେ ବିଏସଏନଏଲ କର୍ମଚାରୀମାନେ ତୃଟି ସୁଧାରିବା ପରିବର୍ତ୍ତେ ଏସି ରୁମରେ ବସି ନିଜର ମୋଟା ଅଙ୍କର ଦରମା ନେଉଛନ୍ତି । ହେଲେ ଗ୍ରାହକମାନଙ୍କ କୌଣସି ସମସ୍ୟାକୁ ସମାଧାନ କରୁ ନାହାନ୍ତି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏଣୁ ଏନେଇ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିଆଯିବା ସଙ୍ଗେ ସଙ୍ଗେ ବିଏସଏନଏଲ ସେବାକୁ ତୁରନ୍ତ ଠିକ କରାଯାଉ ବୋଲି ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି । 

 

  

0
0
0
s2sdefault