ଅନ୍ୟ ରାଜ୍ୟର ଲୋକଙ୍କ ବ୍ୟବହାର କଥା କହିବା କଣ, ନିଜ ରାଜ୍ୟରେ ନିଜ ଲୋକଙ୍କୁ ଯଦି ଏମିତି ଆଚରଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦିବସଙ୍କ ଲଗାତାର ପ୍ରଚେଷ୍ଟା ପରେ ପୁରୀରେ ଅସୁରକ୍ଷିତ ଦାଦନ ଶ୍ରମିକଙ୍କ ଥଇଥାନ ହେଲା

ଠିକଣା ସମୟରେ ସହାୟତାର ହାତ ବଢ଼ାଇଲେ ଆଇପିଏସ ଅମିତାଭ ଠାକୁର

ବରଗଡ଼ / ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲାର 35 ଜଣ ଦାଦନ ଶ୍ରମିକ ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରରେ ଇଟାଭାଟିରେ କାମ କରୁଥିଲେ,କାମ ବନ୍ଦ ହୋଇଥିବାରୁ ସେମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହି ଶ୍ରମିକମାନଙ୍କ ଘର ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁରେ। ଏହି ଗାଁର ୩୫ଜଣ ଶ୍ରମିକ ସେଠାକୁ ଇଟା ଗଢ଼ିବାକୁ ଯାଇଥିଲେ। ହେଲେ କରୋନା ମହାମାରୀ ଯୋଗୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ କରିଦେବା ପରେ ସେମାନଙ୍କ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। ଫଳରେ ଭୋକ ଉପାସରେ ଏହି ଶ୍ରମିକମାନେ ତମ୍ବୁ ତଳେ ଅସୁରକ୍ଷିତ ଭାବେ ରହିଥିଲେ। ଏମାନଙ୍କ ସହ ଅନେକ ମହିଳା ଏବଂ ଶିଶୁ ରହିଥିଲେ, ଯେହୁତୁ ପାଗ ଖରାପ ରହୁଥିଲା ମଝି ଜମିରେ ରହିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା | ଏହା ଜାଣିବା ପରେ ବରଗଡ଼ର ସାମାଜିକ କର୍ମୀ ଦିବସ କୁମାର ସାହୁ ପୁରୀ ଜିଲା ପ୍ରଶାସନ କୋଭିଡ ହେଲ୍ପଳାଇନ ସହିତ ଯୋଗାଯୋଗ କରିଥିଲେ |

କିନ୍ତୁ ଦୁଇଦିନ ପର୍ଯ୍ୟନ୍ତ କୌଣସି ସହଯୋଗ ମିଳି ନ ଥିଲା, ଇତିମଧ୍ୟରେ ସେ କୋଣାର୍କ ପୋଲିସଙ୍କୁ ତଥା ପୁରୀ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଜଣେଇଥିଲେ କିନ୍ତୁ କୌଣସି କାରଣ ବଶତଃ ସହାୟତା ମିଳିବାରେ ବିଳମ୍ବ ହୋଇଥିଲା |  ପରେ ଶ୍ରୀ ସାହୁ ଅମିତାଭ ଠାକୁରଙ୍କୁ ଯୋଗାଯୋଗ କରିଥିଲେ | ଏ ଖବର ଜାଣିବା ପରେ ତତ୍କାଳ ପୁରୀ ଜିଲ୍ଲାପାଳଙ୍କ ସହ କଥା ହୋଇ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ | ଶ୍ରୀ ଠାକୁରଙ୍କ  ନିର୍ଦେଶ କ୍ରମେ ପୁରୀ ଜିଲ୍ଲାପାଳ ଏକ ଟିମ ପଠେଇ  ଅସୁରକ୍ଷିତ ଅବସ୍ଥାରେ ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ପ୍ରଦାନ କରିଥିଲେ । ଏହାଛଡା ତାଙ୍କୁ ଦୁଇ ହଜାର ଟଙ୍କା ଏବଂ ଦୁଇ ବସ୍ତା ଚାଉଳ ସହାୟତା କରିଥିଲେ । ସମ୍ପୃକ୍ତ ଶ୍ରମିକମାନଙ୍କୁ ନିକଟସ୍ଥ ପଞ୍ଚାୟତ ଅଫିସକୁ ଅଣାଯାଇ ଆଶ୍ରୟ ଦିଆଯିବା ସହିତ ସେମାନଙ୍କ ଖାଇବା, ପିଇବା ବ୍ୟବସ୍ଥା କରାଯାଇଛି | ଶ୍ରମିକମାନେ ବିପଦପୂର୍ଣ୍ଣ  ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ଜାଗାକୁ ଉଦ୍ଧାର ହେବା ପରେ ଦିବସଙ୍କୁ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଆଉ ସେମାନେ ତାଙ୍କ ନିଜ ଘର ପାଇକମାଲ ବ୍ଲକକୁ ବସ ମାଧ୍ୟମରେ ନିଆଗଲେ ଚୀର କୃତଜ୍ଞ ରହିବୁ ବୋଲି କହୁଥିଲେ | ତାଙ୍କ ଅନୁରୋଧ ଉପରେ ତୁରନ୍ତ ପଦକ୍ଷେପ ନେଇଥିବା ଯୋଗୁ ଦିବସ ଆଇପିଏସ ଅଫିସର ଶ୍ରୀ ଠାକୁରଙ୍କୁ କୃତଜ୍ଞତା ଜଣାଇଛନ୍ତି | 

0
0
0
s2sdefault