ନେତାଜୀ ଫାଉଣ୍ଡେସନ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ମାସ୍କ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ହାଟଡିହି (ମକରଧ୍ବଜ ଜେନା): ମହାମାରୀ କରୋନା ଭୁତାଣୁକୁ ନେଇ ଦେଶ ସହ ରାଜ୍ୟବାସୀ ଲକଡ଼ାଉନ ଓ ତାଲାବନ୍ଦୀରେ ରହିଥିବାବେଳେ ସହର ଠାରୁ ଗ୍ରାମାଞ୍ଚଳ ମାନଙ୍କର ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି  । ଏଥିଲାଗି ପଞ୍ଚାୟତବାସୀଙ୍କୁ ସଚେତନ କରାଇବା ପାଇଁ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଡ଼ଅଁଁର ପଞ୍ଚାୟତର ନେତାଜୀ ଫାଉଣ୍ଡେସନ ପକ୍ଷରୁ ଡ଼ଅଁଁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ୧୫ଶହ ମାସ୍କ ବଣ୍ଟନ କରାଯାଇଛି । ଏକ ସପ୍ତାହ ଧରି ମାସ୍କ ବଣ୍ଟନ ବେଳେ ଫାଉଣ୍ଡେସନର ସଭାପତି ରାଜେଶ ବେହେରାଙ୍କ ସହ ସମାଜସେବୀ ସୌମ୍ୟରଞ୍ଜନ, ଆଶିଷ, ଚନ୍ଦ୍ରକାନ୍ତ, ପଙ୍କଜ, ଚଗୁଲୁ, ଅଜିତ, ରଜନୀକାନ୍ତ, ଅମୀୟରଞ୍ଜନ, କିଶୋର, ଶୁଭମ ପ୍ରମ୍ମୁଖ ଉପସ୍ଥିତ ଥିଲେ  । ମହାମାରୀରୁ ଲୋକଙ୍କୁ ସଚେତନତା କରାଇବା ପାଇଁ ମାସ୍କ ବଣ୍ଟନ କରିବା ସହ ୨୦ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ |

 

0
0
0
s2sdefault