ହେଡଲାଇନସ୍:

କରୋନା ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଓ ତତ୍ପରତାରେ ଜିଲ୍ଲାବାସୀ ଆଶ୍ୱସ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ହାଟଡିହି(ମକରଧ୍ବଜ ଜେନା):  ଜିଲ୍ଲାରେ ଜଣେ କରୋନା  ଆକ୍ରାନ୍ତ ଜଣାପଡିବା ପରେ ସାବାସ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେଙ୍କ ତତ୍ପରତା ତଥା  କାର୍ଯ୍ୟଦକ୍ଷତାକୁ ନେଇ ସମଗ୍ର ଜିଲ୍ଲା ଖୁସି ବ୍ୟକ୍ତ କରୁଛନ୍ତି |  ଆନନ୍ଦପୁର ବ୍ଲକ ପଞ୍ଚୁପଲି ପଞ୍ଚାୟତରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହାର ମୁକାବିଲା ଲାଗି ଜୋରଦାର ଅଣ୍ଟା ଭିଡିଛି |  ଜିଲ୍ଲାପାଳ ଆଶିଷ ଠାକରେ ତୁରନ୍ତ ପଦକ୍ଷେପ ନେଇଛନ୍ତି |  ସମ୍ପୃକ୍ତ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି | ଏଥିସହ ଆନନ୍ଦପୁର ବ୍ଲକ ଅଧୀନ ବେଲ ବାହାଳୀ, ହରିଡ଼ାପାଳ, ବାଇଲୋ ପଞ୍ଚାୟତ ର 11 ଟି ଗ୍ରାମ କୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି |  ଗାଡି ଚଳା ଚଳ, ଲୋକ ଙ୍କ ଚଳ ପ୍ରଚଳ କୁ ନିଷେଧ କରିବା ସହ ଘରୁ ବାହାରକୁ ନ ବାହାରିବା ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା  ପାଇଁ ଜିଲ୍ଲାପାଳ ନିର୍ଦେଶ ଜାରି କରିଛନ୍ତି | ପରେ ପଞ୍ଚୁପଲି ପଞ୍ଚାୟତ ବିଭିନ୍ନ ଗ୍ରାମରେ ରେ ଦମକଳ ବାହିନୀ ସାନିଟାଇଜ କରିଛି | ଏଥିସହ ଜିଲ୍ଲାପାଳ ଙ୍କ ନିର୍ଦେଶରେ ବିଭିନ୍ନ ପଦାଧିକାରୀ ମାନଙ୍କୁ ନେଇ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ବିଭିନ୍ନ ଦାଇତ୍ବରେ ନିୟୋଜିତ କରାଯାଇଛି | ଆହୁରି ମଧ୍ୟ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଅଫିସ ରେ ଏକ କଣ୍ଟ୍ରୋଲ ରୁମ ଖୋଲି ହେଲ୍ପ ଲାଇନ ନମ୍ବର କଣ୍ଟେନମେଣ୍ଟ ଅଞ୍ଚଳର ଲୋକ ଙ୍କୁ ଜଣେଇବା ଉପଜିଲ୍ଲାପାଳ ରବୀନ୍ଦ୍ର ସାହୁଙ୍କୁ ନିର୍ଦେଶ ବି ଦେଇଛନ୍ତି | ଜିଲ୍ଲାପାଳ ଶ୍ରୀ ଥାକରେ ବ୍ୟକ୍ତିଗତ ଭାବେ ପରିସ୍ଥିତିର ମନିଟର କରୁଛନ୍ତି |  ଜିଲ୍ଲାପାଳଙ୍କ କାର୍ଯ୍ୟ ଦକ୍ଷତା ଓ ତୁରନ୍ତ ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି  |

.

0
0
0
s2sdefault