ହେଡଲାଇନସ୍:

ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଦାବି କଲେ ବାରିକ ସଂଘ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି/ନିରାକାର ମେହେର -କରୋନା ଭୁତାଣୁ ର ଆତଙ୍କ ରେ ସାରା ଭାରତ ଆଜ କୁ ପ୍ରାୟ 1 ମାସ ରୁ ଉର୍ଧ ସମସ୍ତ ଦୋକାନ,  ବଜାର, ସେଲୁନ, ବିୟୁଟି ପାର୍ଲର ବନ୍ଦ ରହିଥିବାରୁ ଦିନ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଆଜି ନୂଆପଡା ଜିଲ୍ଲା ସିନାପାଲି ବାରିକ ସଂଘ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଦାବି କରିଛନ୍ତି | ବାରିକ ସଙ୍ଘ 4 ଟି ଦାବି ପାଇଁ ଆବେଦନ କରି ନିଜର ବୃତ୍ତିଗତ ସେଲୁନ, ବିୟୁଟି ପାର୍ଲର ଗୁଟିକ ବିଶୋଧନ କରି ପୂର୍ବକ ଭଳିଆ ମାସ୍କ, ଗ୍ଲୋବ ପିନ୍ଧିବା କୁ ବାଧ୍ୟ କରି ନିଜସ୍ବ ବୃତ୍ତିଗତ ଧନ୍ଦା ସେଲୁନ, ବିୟୁଟି ପାର୍ଲର ଖୋଲିବା ପାଇଁ ଅନୁମତି ଦିଆଯାଉ | ସରକାର ନିରୀହ ଗରିବମଜୁରିଆ ଓ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ର ହାତ ବଢ଼ାଇ ଥିବା ବେଳେ ଦିନ ମଜୁରିଆ ବାରିକ ଙ୍କୁ ଅନ ସଙ୍ଘଟିତ ଶ୍ରମିକ ତାଲିକା ରେ ସାମିଲ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସହାୟତା ଘୋଷଣା କରି ନାହାନ୍ତି | ସିନାପାଲି ଅଂଚଳର ସମସ୍ତ ସେଲୁନ, ଲକ ଡାଉନ ଯୋଗୁ  ବନ୍ଦ ରହିଥିବାରୁ ଅନେକ କାରିଗର ଘରଭଡା ନେଇ ନିଜ ବୃତ୍ତି କରିଆସୁଥିଲେ | ଲକ ଡାଉନ ଯୋଗୁ ଭଡା ଖର୍ଚ୍ଚ ନିଜର ପରିବାର ପ୍ରତିପୋଷଣ ପାଇଁ ସେମାନଙ୍କୁ  ଆର୍ଥିକ ସହାୟତା ଦିଆଯାଉ ଓ ଯେଉ କାରିଗର ମାନେ ବିଭିନ୍ନ ପ୍ରକାର ଫାଇନାନ୍ସ କମ୍ପାନୀ ଓ ବ୍ୟାଙ୍କରୁ ଋଣକୁ ଆପଣେଇଛନ୍ତି ସେମାନଙ୍କ ଋଣ ଛାଡ଼ କରାଯାଉ | ସିନାପାଲି ବାରିକ ସଂଘ ସଭାପତି ହରେକୃଷ୍ଣ ବାରିକ, ସମ୍ପାଦକ ଦିନବନ୍ଧୁ ବାରିକ, ଅବିନାଶ ବାରିକ, ଅନ୍ତ ବାରିକ, ଚିତ୍ତ ରଞ୍ଜନ ବାରିକ, ଓ ନୂଆପଡା ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ !

 

0
0
0
s2sdefault