ହେଡଲାଇନସ୍:

ରେଢ଼ାଖୋଲ ରେ ଓହ୍ଲାଇଥିଲେ ଦେବଗଡ଼ କରୋନା ରୋଗୀ :   ତନାଘନା କରୁଛି ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗତ 29 ତାରିଖରେ ଦେବଗଡ ଜିଲ୍ଲାରେ ଜଣେ  କରୋନା ପାଜିଟିଭି ବାହାରିବା ପରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୟଭୀତ ସୃଷ୍ଟି ହୋଇଛି । ଆଜି ଉକ୍ତ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାରୀ ସୂତ୍ରରୁ ରୁ ପ୍ରକାଶ ପାଇବା ପରେ ସେ କଲିକତାରୁ ଟ୍ରକ ଯୋଗେ ଆସି ରେଢାଖୋଲ ରେ  ଓହ୍ଲାଇ ଚାଲିଚାଲି ଦେବଗଡ ଅଭିମୁଖେ ଜଣାପଡିଥିଲା । ଏହାପରେ ରେଢାଖୋଲ ଉପଖଣ୍ଡ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଏକ ଭୟାର ବାତାବରଣ ଦେଖାଦେଇଛି । ଏନେଇ ଆଜି ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ କରିଥିଲା । ତେବେ , ଉକ୍ତ ବ୍ୟକ୍ତି ଜଣକ ରେଢାଖୋଲ ରେ  ଓହ୍ଲାଇ ଥିବା ନେଇ କୌଣସି ଠୋସ ପ୍ରମାଣ ବା ତଥ୍ୟ ପାଇ ନ ଥିଲା । ଏନେଇ ଉପଜିଲ୍ଲାପାଳ ଦେବଗଡ ପ୍ରଶାସନ ସହିତ ଯୋଗାଯୋଗ ମଧ୍ୟ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ଟ୍ରାଭେଲ ହିଷ୍ଟ୍ରି ଓ ପ୍ରକୃତ ତଥ୍ୟର କୌଣସି ତାଳମେଳ ଦେଖାଯାଇ ନ ଥିଲା । ଉପଜିଲ୍ଲାପାଳ ଡ଼ୋଲାମଣୀପଟେଲ ଙ୍କୁ ଯୋଗାଯୋଗ କରିବାରୁ ଏନେଇ ଆମେ ଅନୁସନ୍ଧାନ କରୁଛୁ ତେବେ କୌଣସି ଠୋସ ପ୍ରମାଣ ପାଇପାରୁନାହୁଁ । ଏଭଳି ରେଢାଖୋଲରେ  ଓହ୍ଲାଇ ଥିବା କିଛି ଖବର ପାଇଲେ ଆମେ ସେନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ବୋଲି ଉପଜିଲ୍ଲାପାଳ ଡ଼ୋଲାମଣୀ ପଟେଲ  କହିଛନ୍ତି ।

0
0
0
s2sdefault