ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଲ ଯାଦବ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜ ଦରମା ଟଙ୍କାରୁ ୧ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି | ବିଧାୟକ ଶ୍ରୀ ମେହେର ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଏହି ରାଶି ଚେକ ଦ୍ୱାରା ପ୍ରଦାନ କରିଥିବା ଜଣାପଡିଛି |
ସେହିପରି ଘସିରାମ ଅଗ୍ରୱାଲ ଲାଠୋର ୫୦ହଜାର, ବିଜୁ ଯୁବ ବାହିନୀ ଖପ୍ରାଖୋଲ ୧୭ହଜାର ୫ଶହ ଟଙ୍କା, ଆରଏମ୍ସି କର୍ମଚାରୀ ୧୦ ହଜାର ଟଙ୍କା, ବିଶ୍ୱ ମା ଜଗଦମ୍ବା ସ୍ୱୟଂ ସହାୟକ ଦଳ ପାଟଣାଗଡ ୩ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।