ହେଡଲାଇନସ୍:

ସି.ଆର.ପି.ଏଫ. ଜବାନଙ୍କ ବଦାନ୍ୟତା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବୁଗୁଡା/ଡ଼ଃ  କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳସାକର ଗ୍ରାମର ଜଣେ ସି.ଆର.ପି.ଏଫ. ଜବାନଙ୍କ ବଦାନ୍ୟତା ପାଇଁ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଜବାନ ସନ୍ତୋଷ କୁମାର ଜେନା କିଛି ଦିନ ପୂର୍ବେ ଖୋଳଖାଳି ଗ୍ରାମର ଚାରିଗୋଟି ମନ୍ଦିରରେ ହାଇମାକ୍ସ ଲାଇଟ ସଂଯୋଗ କରୁଥିବା ବେଳେ ଆଜି ଗରିବ ଲୋକଙ୍କୁ ପନିପରିବା ବଣ୍ଟନ କରିଥିବା ଜଣାପଡିଛି। ସରକାର ଗରିବ ଲୋକଙ୍କୁ ଚାଉଳ ଡାଲି ପ୍ରଭୃତି ଯୋଗାଇ ଦେଉଥିବା ବେଳେ ଏକ ଅଟୋ ଡାଲରେ ପନିପରିବା କିଣି ବୋଝେଇ କରି ଆଣି ତାଳସାକର ଗ୍ରାମର ଗରିବ ଲୋକଙ୍କ ଘରକୁ ଘର ଯାଇ ମାଗଣାରେ ପରିବା ବଣ୍ଟନ କରାଇଥିଲେ। ଜଣେ ସି.ଆର.ପି.ଏଫ. ଜବାନଙ୍କ ଏହିପରି ବଦାନ୍ୟତା ବାସ୍ତବିକ ପ୍ରଶଂସା ଯୋଗ୍ୟ।

0
0
0
s2sdefault