ହେଡଲାଇନସ୍:

ଗଛରେ ପିଟିଲା ବାଇକ , 2 ଯୁବକ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବୋୖଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବାସୁଦେବ ପାଲି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି  2ଯୁବକ । 

ସୁଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ବୋୖଦ୍ଧ ରୁ ସୋନପୁର ଅଭିମୁଖେ ଗୋଟିଏ ବାଇକ ରେ ଯାଉଥିବା ବେଳେ ବାସୁଦେବପାଲି ମାଉଳି ମନ୍ଦିର ନିକଟ ଥିବା ଏକ ଗଛରେ ବାଇକ ଭାରସାମ୍ୟ ହରାଇ ପିଟିଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ସୋନପୁର ମଝିପଡ଼ା ର ଶଶୀକାନ୍ତ ବାଘ ଓ ସୃଜଦେବ ସିଂ ।  ଖବର ପାଇ ମନମୁଣ୍ଡା ପୋଲିସ ଓ ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପଂହଚି ଶବକୁ ଉଦ୍ଧାର କାରି ମନମୁଣ୍ଡା ମେଡ଼ିକାଲ ନେଇଥିଲା । ବର୍ତ୍ତମାନ ସେମାନଙ୍କୁ ଶବାଗାର ରେ ରଖାଯାଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏସମ୍ପର୍କ ରେ ମନମୁଣ୍ଡା ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି ।

 

0
0
0
s2sdefault