ହେଡଲାଇନସ୍:

ରେଳବାଇ ପୋଲିସ ସୁରକ୍ଷା ବଳୟରେ ଯାତ୍ରୀ ହଟହଟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-04-18-JAJPUR.jpg - 13.25 kBବ୍ୟାସନଗର/ JAYASHANKAR DASH : ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବହୁବିଧ କାର୍ଯ୍ୟ ଥିଲାବେଳେ ଅଧିକାଂଶ ସମୟରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାଜପୁର ଓ କେଉଁଝରରୋଡ୍ ରେଲୱେ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଥିବା ଯାତ୍ରୀମାନଙ୍କ ପକ୍ଷରୁ ଗଣମାଧ୍ୟମ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ଜଣାପଡ଼ିଛି ଯେ, ସାଲିମାଇତି୍ରଭେଳମ ଏକ୍ସପ୍ରେସ (ଡାଉନ୍)ରେ ଜଟଣୀର ଯାଜପୁରରୋଡ୍କୁ ୪୦ ଜଣ ରେଳଯାତ୍ରୀ ଟିକେଟ କରିଥିଲେ । କିନ୍ତୁ ଭୁବନେଶ୍ୱରରେ ଭିଡ଼ଥିବା ହେତୁ ସେମାନେ ମହିଳା ବଗିରେ ଚଢ଼ିଆସିଥିଲେ । ଯାଜପୁର-କେଉଁଝରରୋଡ୍ ରେଳଷ୍ଟେସନରେ ରେଳବାଇ ପୋଲିସ ସୁରକ୍ଷାଦଳ ପକ୍ଷରୁ ଉକ୍ତ ଯାତ୍ରୀଙ୍କୁ ଯାଞ୍ଚ କରି ଓହ୍ଲାଇ ଦେବା ସହ ସେମାନଙ୍କ ମଧ୍ୟରୁ ୮/୯ଜଣଙ୍କଠାରୁ ଜୋରିମାନା ସ୍ୱରୂପ ୩୫୦ ଟଙ୍କା ବିନା ରସିଦ୍ରେ ନେଇଥିବା ଗଣମାଧ୍ୟମକୁ କହିଛନ୍ତି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ପ୍ରଭାତୀ ଗୁରୁ, ଜଟଣୀ-ଖୋର୍ଦ୍ଧାର ବାବୁଲା ମହାରଣା, ରାଧାକୃଷ୍ଣ ପାତ୍ର, ସରୋଜ ଶତପଥୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରକାଶ ଥାଉକି, କୌଣସି ଯାତ୍ରୀ ଭୁଲରେ ଯଦି ଟିକେଟ କରି ମହିଳା ବଗିରେ ଚଢ଼ିଆସିଥାନ୍ତି ରେଳବାଇ ପକ୍ଷରୁ ଯାଞ୍ଚ କଲେ ସେମାନଙ୍କୁ ଉକ୍ତ ବଗିରୁ ଓହ୍ଲାଇ ଅନ୍ୟ ବଗିରେ ବସାଇବା କଥା । ସେମାନଙ୍କଠାରୁ କୌଣସି ପେନାଲ୍ଟି ବା ଅର୍ଥଦଣ୍ଡ ଆର୍ପିଏଫ୍ ନା ଜିଆରପି ନେବାର ଆଇନ ନାହିଁ । ତାହା କେବଳ ରେଳବାଇ ମାଜିଷ୍ଟେ୍ରଟ୍ଙ୍ଉପସ୍ଥିତିରେ ଦେବାକୁ ହୁଏ । କିମ୍ବା ତାଙ୍କ ଉପରେ ଜୋରିମାନା କଲେ ୫ ଶହ ଟଙ୍କା ମଧ୍ୟରେ ଅର୍ଥ ଆଦାୟ କରାଯାଏ ବୋଲି ଜିଆରପି (ଯାଜପୁର-କେଉଁଝରଗଡ଼) ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି । ଏପରିସ୍ଥଳେ ଆରପି ଏବଂ ଉପରୋକ୍ତ ଯାତ୍ରୀମାନଙ୍କ ନିକଟରୁ କେଉଁ ଆଇନ ବଳରେ ଅର୍ଥ ଆଦାୟ କଲେ ତାହା ସନେ୍ଦହଜଜନକ । ବିଭାଗୀୟ ପକ୍ଷରୁ ଯାତ୍ରୀମାନଙ୍କୁ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହେଉଛି । ଏଭଳି ଘଟଣା ପ୍ରତି ରେଳବାଇର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଯାତ୍ରୀମାନଙ୍କ ପକ୍ଷରୁ ଦାବି ହେଉଛି ।

0
0
0
s2sdefault