ହେଡଲାଇନସ୍:

ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ମହମ୍ମହ ରଫିକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋକସେବା ଭବନ ଠାରେ ରାଜ୍ୟପାଳ ଦିଆଇଲେ ଶପଥ 

ଭୁବନେଶ୍ୱର /ଶାସକ ପ୍ରଶାସକ : ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ମହମ୍ମହ ରଫିକ । କରୋନାକୁ ଦୃଷ୍ଟିରେ ରଖି  ଲୋକସେବା ଭବନ ଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ  ରାଜ୍ୟପାଳ  ପ୍ରଫେସର ଗଣେଶୀଲାଲ୍  ଦିଆଇଲେ ଶପଥ । ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ବିରୋଧୀଦଲ ନେତା ତଥା ଅନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ |  

 ପୂର୍ବରୁ ମେଘାଳୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ରଫିକଙ୍କୁ ଏପ୍ରିଲ ୧୮ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯିବ ନେଇ ସୁପ୍ରିମକୋର୍ଟର କଲେଜିୟମ ନିଷ୍ପତ୍ତି ନେଇଥିଲେ |  ୨୫ ମେ, ୧୯୬୦ରେ ରାଜସ୍ଥାନର ସୁଜନଗଡ ଠାରେ ଜନ୍ମିତ ଜଷ୍ଟିସ ମହମ୍ମଦ ରଫିକ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ତାଙ୍କ ଶିକ୍ଷା ସମାପ୍ତ କରିଥିଲେ | ପରେ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ସହ ଦୁଇ ଦୁଇ ଥର ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟଵାହୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି |

0
0
0
s2sdefault