ହେଡଲାଇନସ୍:

ସର୍ଭର ଶ୍ଲୋ : ପଂଜୀକରଣ ବାଧାପ୍ରାପ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, କୁରାଳ,(ଶ୍ରୀକାନ୍ତ ମିଶ୍ର) : ସରକାରଙ୍କ ନିଷ୍ପତି ଅନୁସାରେ ବାହାରେ ଫସିରହିଥିବା ଓଡ଼ିଆ ମାନଙ୍କ ଫେରିବା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଓଡ଼ଗାଁ ବ୍ଲକର ବିଭିନ୍ନ ପଂଚାୟତରେ ବହୁ ସଂଖ୍ୟାରେ ଆବେଦନ ପତ୍ର  ପହଁଚିଥିଲେ ସୁଧା ସର୍ଭର ଡାଉନ ରହୁଥିବାରୁ ଅନଲାଇନ ପଂଜୀକୃତ  ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଉଚ୍ଚମାନ କ୍ଷମତା ସମ୍ପନ୍ନ ଅନଲାଇନ ବ୍ୟବସ୍ଥା କରାଯାଇଥିଲେ ହୁଏତ ଏଭଳି ଅସୁବିଧାକୁ ଏଡାଇ ଦିଆଯାଇ ପାରିଥାନ୍ତା । କାରଣ ଗୋଟିଏ ସମୟରେ ସାରା ଓଡ଼ିଶାର ସମସ୍ତ ପଂଚାୟତରେ ଏହି ପ୍ରକ୍ରିୟା ଚାଲୁ ରହୁଥିବାରୁ କେଉଁଠାରେ ପଂଜୀକୃତ ହେଉଛି ତ ଅନ୍ୟ କେଉଁ ଠାରେ ସର୍ଭର ଡାଉନ ଯୋଗୁଁ ଯୋଗୁଁ ପଂଜୀକୃତ ହୋଇପାରିନାହିଁ । 

 

0
0
0
s2sdefault