ହେଡଲାଇନସ୍:

କରୋନା ପାଇଁ ବ୍ୟତିକ୍ରମ : ଭଦ୍ରମଣ୍ଡପରେ ଚାପ ଖେଳିଲେ ଶ୍ରୀଜୀଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଆଜି ହେଉଛି ବୈଶାଖ ଶୁକ୍ଲପକ୍ଷ ପବିତ୍ର ଅକ୍ଷୟତୃତୀୟା । ପ୍ରଭୁ ଶ୍ରୀରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ପର୍ବ । ଏହା  ଦିର୍ଘ ୨୧ଦିନ ଧରି ପାଳିତହେବାକୁ ଥିବା ବେଳେ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲ ପ୍ରଶାସନର ନିର୍ଦ୍ଦେଶ କ୍ରମେ ମନ୍ଦିରମାନଙ୍କର ଯାନୀଯାତ୍ରାକୁ ବାରଣ କରାଯାଇଛି । କରୋନା ପ୍ରଭାବରେ ଚଳିତ ବର୍ଷ ପ୍ରଭୁ ଶ୍ରୀରଘୁନାଥଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ପ୍ରଥମକରି କେବଳ ନୀତିକାନ୍ତିରେ ସମ୍ପନ୍ନ ହୋଇଥିବା ବେଳେ ପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶ୍ରୀଜିଉ, ମାତା ସୀତା, ଅନୁଜ ଲକ୍ଷ୍ମଣଙ୍କ ବିଜେ ପ୍ରତିମା ଆଜ୍ଞାମାଳ ପାଇବା ପରେ ଧୂପଦୀପ ଓ ଆଳତି ଆଦି ସମସ୍ତ ନିତକାନ୍ତିି ସାରି ଜଗମୋହନଙ୍କୁ ଭଦ୍ରମଣ୍ଡପରେ ବିଜେ କିରାଯାଇଥିଲା । ସମସ୍ତ ଶୋଧନ ନୀତି ପରେ ଶ୍ରୀଜିଉମାନଙ୍କୁ ଭୋଗ ଓ ଆଳତି ଆଦି ନୀତି ସାରି ଚନ୍ଦନ କୁଣ୍ଡରେ ସୁବାସିତ ଜଳ ମଧ୍ୟରେ ଅବସ୍ଥାନ କରାଯାଇଥିଲା । ରାତିରେ ଚନ୍ଦନ କୁଣ୍ଡରୁ ଶ୍ରୀଜିଉମାନଙ୍କୁ ଅଣାଯାଇ ପୁନଶ୍ଚ ଭୋଗ ନୈବେଦ୍ୟ ଅର୍ପଣ ପରେ ମନ୍ଦିର ଉପର ବେଢା ପରିକ୍ରମା ସାରିବା  ପରେ ମନ୍ଦିର ପ୍ରବେଶ କରାଯାଇଥିଲା । ବଡସିଙ୍ଗାର ଆଦିନୀତି ସମାହିତ  ପରେ ଶ୍ରୀଜୀଉଙ୍କୁ ପହଡ କରାଯାଇଥିଲା  । ମନ୍ଦିର ପାଳିଆ ପଣ୍ଡା ନାରାୟଣ ମହାପାତ୍ର ଓ ଅଶୋକ ନନ୍ଦ, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ, ପୂଜକ ପରିଷଦ କାର୍ଯ୍ୟକର୍ତ୍ତା ଏବଂ ମନ୍ଦିର ପରିଚାଳକ  ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆଜିର ଚନ୍ଦନ ଯାତ୍ରା ନୀତି  ସମ୍ପାଦନ ହୋଇଥିଲା । 

0
0
0
s2sdefault