ହେଡଲାଇନସ୍:

ରଘୁନାଥ ବିଦ୍ୟାପୀଠ ବସାଘରୁ ଆଟୁ ଖସି ଅଲ୍ପକେ ବର୍ତିଲା ଝିଅ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଏନଏସି ରଘୁନାଥ ବିଦ୍ୟାପୀଠ ପରିଷର ମଧ୍ୟରେ ଥିବା ଏକ ବସାଘରର ଆଟୁ(ଭାଡିଆ) ହଠାତ୍ ଖସି ପଡିଥିବା ବେଳେ ପରିବାର ସଦସ୍ୟ ସେଥିରୁ ଅଲ୍ପକେ ରକ୍ଷାପାଇଛନ୍ତି । ସ୍କୁଲ ପରିଷରରେ ଥିବା ବସାଘରେ ସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀ ମାନେ ରହୁଥିବା ବେଳେ ୪ନମ୍ବର ବସାଘରେ ଅଫିସ ସହାୟକ କୈଳାଶ ସାହୁ ପରିବାର ସହ ରହୁଥିଲେ । ଏହି ପୁରୁଣା ବସା ଘରର ଉପରଚାଳ ଆଜବେଷ୍ଟ ହୋଇଥିବା ବେଳେ ତଳେ ଓରାକୁ ଧରି କରାଯାଇଥିବା ଆଟୁ ଅଦର୍କାରୀ ଅବସ୍ଥାରେ ରହିଥିଲା । ୨ଦିନର ଧରି ଲଗାଣ ବର୍ଷାରେ ଘରେ ପାଣି ଗଳୁଥିବା ବେଳେ ଆଜି ପୂର୍ବାହ୍ନ ୧୧ଟା ବେଳେ ଓରା ସହିତ ଆଟୁଟି ହଠାତ୍ ତଳେ ଗଳି ପଡିଥିଲା । ମାତ୍ର କିଛିକ୍ଷଣ ପୂର୍ବରୁ ସେଠାରେ ଖଟରେ ପଢୁଥିବା କୈଳାଶଙ୍କ ଝିଅ ଅନ୍ୟ କାର୍ଯ୍ୟରେ ଚାଲି ଯାଇଥିବାରୁ ଏଥିରୁ ଅଲ୍ପକେ ରକ୍ଷା ପାଇଯାଇଛି । ଜରାଜିର୍ଣ୍ଣ ଅବସ୍ଥାରେ ଥିବା ଗୃହ ଗୁଡିକର ସୁରକ୍ଷା ପାଇଁ କର୍ତୁପକ୍ଷଙ୍କୁ ଜଣାଇଥିଲେ ସୁଧା ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ପ୍ରଧାନ ଶିକ୍ଷକ ପ୍ରସନ୍ନ ପ୍ରଧାନ କହିଥିଲେ । ଏଗୁଡିକୁ ବିପଦପୁର୍ଣ୍ଣ ଘୋଷଣା କରିବାକୁ ଦାବି ହୋଇଛି । 

 

0
0
0
s2sdefault