ହେଡଲାଇନସ୍:

କୃଷି ମନ୍ତ୍ରୀ କଲେ ଅକ୍ଷିମୁଠି ଅନୁକୂଳ, ରାଜ୍ୟର କୃଷକଙ୍କୁ ଜଣାଇଲେ ଶୁଭେଚ୍ଛା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର( ଶାସକ ପ୍ରଶାସକ)  ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ମହା ଉଲ୍ଲାସ ଭିତରେ । ଏହି ତିଥି କୌଣସି ଅନୁକୂଳ ପାଇଁ ମହାର୍ଘ୍ୟ | ଏହି ତିଥିକୁ ଜଗନ୍ନାଥ ଚାହିଁ ରହିଥାନ୍ତି, ଚାଷୀ ଚାହିଁ ରହିଥାଏ | ଜଗନ୍ନାଥ ଚାହିଁ ରହିଥାନ୍ତି ଯେ ଅକ୍ଷୟତୃତୀୟା ଆସିଲେ ତାଙ୍କର ରଥ କାମ ଅନୁକୂଳ ହେବ , ସେ ରଥରେ ଚଢି ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବାହାରିବେ |  ଚାଷୀ ଚାହିଁ ରହିଥାଏ, ଧାନ ଅନୁକୂଳ କରିବ, ଅଖି ମୁଠି ସହ  | ବିଲକୁ ଯାଇ  ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ତାକୁ ବିଲରେ ପୋତି ହଳ ବୁଲାଇ ଥାଏ  ଏବଂ  ଧାନ ମୁଠି ବୁଣିଥାଏ । କେବଳ ସେତିକି ନୁହେ ସର୍ବ ମଙ୍ଗଳ ଜଗନ୍ନାଥ ପରି ଯେଉଁ କାମା ପାଇଁ ତିଥି ବାହାରୁନଥିବା ବା ବର୍ଷକ ୩୬୫ ଦିନ ତିଥ ନଥିବା  ଅକ୍ଷୟ ତୃତୀୟା ରେ ସବୁ ଅତିଥ ତିଥ | ସବୁ ଅନୁକୂଳ ପାଇଁ ମାହେନ୍ଦ୍ର ଆଉ ମହାର୍ଘ୍ୟ ଦିନ |  ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ବ୍ରତୋପନୟନ ପ୍ରଭୃତି ଶୁଭ କାର୍ଯ୍ୟ କରାଯାଇଥାଏ ଏହି ତିଥିରେ । 

ହେଲେ ଏଥର ଅହନ୍ତା ସାଜିଛି ଦୈବୀ ଅଘଟଣ | ସମଗ୍ର ବିଶ୍ୱକୁ ଆଚ୍ଛାଦିତ କରିଛି କରୋନା ଅଜଣା ରୋଗର କରାଳ ଛାୟା | ସମଗ୍ର ବିଶ୍ୱ ଲଢ଼ୁଛି | ଭାରତ ଲଢ଼ୁଛି | ଓଡିଶା ବି ଲଢ଼ୁଛି | ହେଲେ ଏ ଲଢେଇ ଭିତରେ ଫିକା ପଡିଯାଇଛି ଜୀବନ, ପରମ୍ପରା, ପର୍ବ | ଏପରିକି ପ୍ରଭୁ ଜଗନ୍ନାଥଙ୍କ ବିଧି ବିଧାନ ବି ସାଙ୍କେତିକ କରିବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି | ଅନେକ ପର୍ବ ପର୍ବାଣି ଧର୍ମକୁ ଆଖି ଠାର ପରି ଚାଲିଛି | ହେଲେ ଅକ୍ଷୟତୃତୀୟା ଏମିତି ପର୍ବ ଯାହା ସହିତ କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ଆଧ୍ୟାତ୍ମିକତା, ଜୀବନ ଜୀବିକା ସହ ଜଡିତ | କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମ କଡ଼ାକଡ଼ି ସତ୍ୱେ ରାଜ୍ୟ ସରକାର କୃଷି କାର୍ଯ୍ୟ ଓ ଫସଲ ଉତ୍ପାଦ ପରିବହନ ବ୍ୟବସ୍ଥାକୁ କୋହଳ କରିଛନ୍ତି | ଆଉ ତାକୁ ଆଧାରକରି ଆଜି ଶୃଙ୍ଖଳା ଭିତରେ  ପାଳନ କରାଯାଇଛି ଅକ୍ଷୟତୃତୀୟା ପର୍ବ | ଅକ୍ଷିମୁଠି ଅନୁକୂଳ ସହ ଚଷାପୁଅ ଚଳିତ ବର୍ଷର ଚାଷ କାର୍ଯ୍ୟ ଆରମ୍ଭ କରିଛି । 

ରାଜ୍ୟ କୃଷି ଓ କୃଷକ କଲ୍ୟାଣ ବିଭାଗର ମୁଖିଆ ଭାବେ ମନ୍ତ୍ରୀ ଡ଼ ଅରୁଣ ସାହୁ ନୟାଗଡଠାରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି | ଆଉ ଏ ଅବସରରେ ସେ ବିଲରେ ପୂଜା କରିବା ସହ ହଳ କରି ଅକ୍ଷିମୁଠି ଅନୁକୂଳ ଅର୍ଥାତ ଧାନ ବୁଣିଛନ୍ତି | ଆଉ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀ ତଥା ରାଜ୍ୟର ଅଗଣିତ କୃଷକମାନଙ୍କୁ ଶୁଭକାମନା ଜଣାଇଛନ୍ତି |   ଆଶା କରୁଛି, ଚଳିତ ବର୍ଷ ଚାଷୀ ଭାଇଭଉଣୀଙ୍କ ପାଇଁ ସମୃଦ୍ଧିର ବର୍ଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।  ମନ୍ତ୍ରୀ ସୋସିଆଲ ମିଡ଼ିଆ ରେ ସମସ୍ତ ଚାଷୀ ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ଛିଡା ହୋଇ କୃଷି କାର୍ଯ୍ୟ ଆରମ୍ଭ କରିବା ସହ ଚାଷୀକୁଳକୁ ସାହସ ଦେବା ସହ ରାଜ୍ୟ ସରକାର ସଦାବେଳେ ଚାଷୀଙ୍କ ସହ ଅଛନ୍ତି କହିଛନ୍ତି । ମନ୍ତ୍ରୀ ଡ଼ ସାହୁ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ "ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଉପଲକ୍ଷେ ଆମ ଅନ୍ନଦାତା କୃଷକ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମ କଡ଼ାକଡ଼ି ପାଳନ କରିବା ସହ କୃଷି କାର୍ଯ୍ୟ ସମୟରେ ସାମାଜିକ ଦୂରତା ନିଶ୍ଚୟ ବଜାୟ ରଖନ୍ତୁ। ଆଶା କରୁଛି, ଚଳିତ ବର୍ଷ ଚାଷୀ ଭାଇଭଉଣୀଙ୍କ ପାଇଁ ସମୃଦ୍ଧିର ବର୍ଷ ହେବ।" 

0
0
0
s2sdefault