ହେଡଲାଇନସ୍:

ପାଇକମାଲ ମାରବାଡ଼ି ଯୁବା ମଞ୍ଚ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ ଶାସକ ପ୍ରଶାସକ  :- ସାରା ବିଶ୍ଵ ବର୍ତମାନ କୋରୋନା କବଳରେ । ଏହା ସହିତ ବଢ଼ିବାରେ ଲାଗିଛି ଗ୍ରୀଷ୍ମ ତାପ । ସଧାରଣତଃ ପ୍ରତ୍ୟକ୍ଷ ଗ୍ରୀଷ୍ମଋତୁରେ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖାଦେଇଥାଏ । ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଦେଶ ଲକଡାଉନ ଅବସ୍ଥାରେ । ତେଣୁ ରକ୍ତର ଅଭାବ ଲାଗିରହିଛି ରକ୍ତ ଭଣ୍ଡାର ଗୁଡିକରେ । ଆମ ରାଜ୍ୟର  ମୁଖ୍ୟମନ୍ତ୍ରୀ ତଥା ଅନେକ ବିଶିଷ୍ଟ ବ୍ୟକ୍ତି ଜନସାଧାରଣ ଙ୍କୁ ଅନୁରୋଧ କରୁଛନ୍ତି ରକ୍ତ ଦାନ କରିବାକୁ । ଏହାର ପ୍ରଭାବ ମଧ୍ୟ ଲୋକଙ୍କ ଭିତରେ ଓ ବିଭିନ୍ନ ସଂଗଠନ ଭିତରେ ଦେଖିବାକୁ ମିଳୁଛି । 

      ପାଇକମାଲ ମାରବାଡ଼ି ଯୁବା ମଞ୍ଚ ପାଇକମାଲ ତରଫରୁ ପ୍ରତ୍ୟେକ ବର୍ଷ ପଦ୍ମପୁର ରକ୍ତ ଭଣ୍ଡାରର ଆବଶ୍ୟକତାକୁ ଦେଖୁ ରକ୍ତ ଦାନ ଶିବିରର ଆୟୋଜନ କରିଥାଏ । ଆଜି ପାଇକମାଲ ଧର୍ମଶାଳା ଠାରେ ଯୁବା ମଞ୍ଚର ରାଜ୍ୟ ସଂଯୋଜକ(ରକ୍ତଦାନ) ନିଲେଶ କୁମାର ଅଗ୍ରୱାଲଙ୍କ ଓ ଯୁବା ମଞ୍ଚର ସଭାପତି ଶ୍ରୀ କମଲେଶ ଅଗ୍ରୱାଲ ତଥା ସୁମିତ କୁମାର ଅଗ୍ରୱାଲଙ୍କ ଙ୍କର ଉଦ୍ୟମ କ୍ରମେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ରକ୍ତ ଦାନ କରିବାକୁ ପଚାଷରୁ ଅଧିକ ରକ୍ତଦାତା ଇଛୁକ ଥିବା ଜଣାପଡିଥିଲା କିନ୍ତୁ ସରକାରୀ କଟକଣା ଯୋଗୁ ମାତ୍ର 20 ଜଣ ରକ୍ତ ଦାତାଙ୍କୁ ଡକାଯାଇ ରକ୍ତ ଗ୍ରହଣ କରାଯାଇଥିଲା । ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର, ବ୍ଲକ ଚେୟାରମ୍ୟାନ ଶ୍ରୀ ଅଲତାଫ ମହମ୍ମଦ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧଙ୍କର ଉପସ୍ଥିତ ରେ ସାମ୍ବାଦିକ ସୁରଥ ସାହୁ,  ଶ୍ରୀ ସୁରେଶ କୁମାର ଅଗ୍ରୱାଲ , ଶ୍ରୀ ସଜନ କୁମାର ଅଗ୍ରୱାଲ, ଗୌରବ ଅଗ୍ରୱାଲ , ବିବେକ କୁମାର ସିଂହ, ରୋହିତ କୁମାର ସିଂହ , ପ୍ରଦୀପ ବାରିକ , ବଳରାମ ବାରିକ , ଶ୍ରୀ ଅଶୋକ ଜିନ୍ଦଲ , ଜାଗିମଲ ସାହା , ଆଶିଷ ଅଗ୍ରୱାଲ, ରାହୁଲ ଅଗ୍ରୱାଲ, ରୋସନ ପାଣିଗ୍ରାହୀ, ବିକି ଅଗ୍ରୱାଲ , ଅଶ୍ୱିନୀ ପାଣିଗ୍ରାହୀ, ସୁନୀଲ ଅଗ୍ରୱାଲ, ବିଭୁତି ଭୂଷଣ ସାହୁ , ଅର୍ଯ୍ୟନ ଅଗ୍ରୱାଲ, ପଙ୍କଜ ଗୁପ୍ତା, ପୋଲିସ ସବ ଇନ୍ସପେକ୍ଟର ବିପିନ ବାଗ , ପ୍ରମୁଖ ରକ୍ତଦାନ କରିଥିଲେ । ପାଇକମାଲ ନାଗରିକ କମିଟି ର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ବରିଷ୍ଠ ସଭ୍ୟ ଶ୍ରୀ ବିନୋଦ କୁମାର କାଳିଆ , ଅଧିବକ୍ତା ଶ୍ରୀ ରାଜୁ ସାହୁ , ବଣ୍ଟି ଅଗ୍ରୱାଲ , ନବୀନ ଅଗ୍ରୱାଲ, ଏବଂ ଯୁବା ମଞ୍ଚର ସମସ୍ତ ସଭ୍ୟ ଏହି କାର୍ଯକ୍ରମ କୁ କୋବିଡ଼-19 ର ସମସ୍ତ ନିୟମ ପାଳନ କରି ସୁଚାରୁ ରୁପେ ପରିଚାଳନା କରିଥିଲେ ।

0
0
0
s2sdefault