ହେଡଲାଇନସ୍:

କେ-ୱାନ ଗ୍ରୁପ ପକ୍ଷରୁ ମାସ୍କ, ରାସନ ଓ ରନ୍ଧାଖାଦ୍ୟ ବିତରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସାରା ବିଶ୍ୱ ଏବେ କରୋନା ବିରୋଧରେ ଲଢେ଼ଇ କରୁଛି । କରୋନା ବିରୋଧରେ ହେଉଥିବା ଏହି ଲଢେ଼ଇରେ ସ୍ୱେଚ୍ଛାସେବୀମାନଙ୍କର ବି ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କରୋନା ପାଇଁ ଗରିବ ଓ ଅସହାୟଲୋକମାନେ ଏବେ ବହୁ ଜଟିଳ ସ୍ଥିତି ଦେଇ ଗତି କରୁଛନ୍ତି । ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ବହୁ ସମାଜସେବୀ ଓ ସ୍ୱେଚ୍ଛାସେବୀମାନେ ଆଗେଇ ଆସିଛନ୍ତି ।

ଏହି ପରିପ୍ରେକ୍ଷୀରେ କେ-ୱାନ ଗ୍ରୁପ ଓ ୱିନର ସିକ୍ୟୁରିଟି  ସଂସ୍ଥା ପକ୍ଷରୁ ମାସ୍କ ବିତରଣ ଓ ଖାଦ୍ୟ ବଂଟନ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସଂସ୍ଥାର ଶହଶହ କର୍ମଚାରୀ ଏବେ ଏଭଳି ସମାଜସେବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ସଂସ୍ଥାର ନିର୍ଦ୍ଦେଶକ ବୈଭବ ଚୌଧୁରୀଙ୍କ ନେତୃତ୍ୱରେ ସୁନ୍ଦରଗଡ଼, ଖୋର୍ଦ୍ଧା, ଭଦ୍ରକ, କେନ୍ଦୁଝର, କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ଗରିବଲୋକମାନଙ୍କୁ ମାସ୍କ, ସାନିଟାଇଜର, ରାସନ ଓ ରନ୍ଧାଖାଦ୍ୟ ବଂଟନ କରାଯାଉଛି । ଏ ସମ୍ପର୍କରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ, କରୋନା ପାଇଁସାରା ଦେଶରେ ଲକଡାଉନ ଜାରି ରହିଥିବାରୁ ଅନେକ ଲୋକ କାମଧନ୍ଦା ପାଇପାରୁନାହାନ୍ତି । ସେମାନେ ଅସହାୟ ଅବସ୍ଥାରେ ରହିଛନ୍ତି । ନିଜର ସାମାଜିକ ଉତରଦାୟିତ୍ୱକୁ ହୃଦବୋଧ କରି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀଚୌଧୁରୀ କହିଛନ୍ତି ।

0
0
0
s2sdefault