ହେଡଲାଇନସ୍:

ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ କଥା ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବି ଆଲୋଚନାରେ ସାମିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡିଶା ଫେରାଇଆଣିବା ପାଇଁ ଦୁହିଁଙ୍କ ଭିତରେ  ହୋଇଛି ଆଲୋଚନା

ଭୁବନେଶ୍ୱର(ଶାସକ ପ୍ରଶାସକ) ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହ ଭିଡିଓ କନଫରେନସିଂରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | ଗୁଜୁରାଟରେ ରହିଥିବା ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡିଶା ଫେରାଇଆଣିବା ପାଇଁ ଦୁହିଁଙ୍କ ଭିତରେ  ହୋଇଛି ଆଲୋଚନା |ଏହି ଆଲୋଚନାରେ ଦିଲ୍ଲୀରୁ ଭିଡିଓ କନଫରେନସିଂ ରେ ସାମିଲ ହୋଇଥିଲେ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | 

ଗୃହୀତ ନିଷ୍ପତ୍ତି ଅନୁଯାୟୀ ଗୁଜୁରାଟରୁ ଓଡ଼ିଆ ଶ୍ରମିକ ମାନଙ୍କୁ ନିରାପଦରେ ଫେରାଇ ଅଣାଯିବ | ଏଠି ପାଇଁ ଦୁଇ ରାଜ୍ୟର ଦୁଇ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ସମନ୍ୱୟ କମିଟି ଗଠନ କରାଯିବ | ମୁଖ୍ୟତ ସେମାନଙ୍କୁ ବସ ଯୋଗେ ଫେରାଇ ଅଣାଯିବ | ଏତାଦ ବ୍ୟତୀତ ଅନ୍ୟ ପରିବହନ ମାଧ୍ୟମ ବିଷୟରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ | ଓଡିଶା ଫେରିବାକୁ ଚାହୁଁଥିବା ଓଡ଼ିଆମାନଙ୍କ ପଞ୍ଜିକରଣ ବାଧ୍ୟତାମୁଲକ | ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ଯାହାଦ୍ୱାରା ଓଡ଼ିଶାରେ ପହଂଚିବା ପରେ ସେମାନଙ୍କ କ୍ଵରେଣ୍ଟାଇନ ରେ ରଖିବା ସହଜ ହେବ ଓ ସେମାନେ ଅନ୍ୟ ସୁବିଧା ପାଇପାରିବେ | ଗୁଜୁରାଟରୁ ଓଡିଶା ଫେରୁଥିବା ବସ ଗୁଡିକର ରୋଡ଼ ଟାକ୍ସ ଛାଡ କରିବା ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଭିଡିଓ କନଫରେନସିଂ ବୈଠକରେ ନିଷ୍ପତ୍ତି ନିଆଯାଇଛି | 

0
0
0
s2sdefault