ହେଡଲାଇନସ୍:

ସିଭିସି ଭାବେ ଶପଥ ନେଲେ ସଞ୍ଜୟ କୋଠାରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଅବସର ପ୍ରାପ୍ତ ଆଇଏଏସ ଅଫିସର ତଥା ରାଷ୍ଟ୍ରପତି ରାମନାଥ  କୋବିନ୍ଦଙ୍କ ପୂର୍ବତନ ସଚିବ  ଦେଶର ନୂଆ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର ଭାବେ ଶ୍ରୀ ସଞ୍ଜୟ କୋଠରୀ ଦାୟିତ୍ୱ ଗ୍ରହଣ କରିଛନ୍ତି |  ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ  ଶ୍ରୀ  କୋଠାରୀଙ୍କୁ  ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର ରୂପେ ଶପଥ ପାଠ କରାଇଥଲେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ । ୧୯୭୮ ବ୍ୟାଚ ହରିୟାଣା କ୍ୟାଡରର ଆଇଏଏସ ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ | ସିଭିସି ଭାବେ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଉପ ରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ |  

ସୂଚନାଯୋଗ୍ୟ ଯେ ସିଭିସି ପଦବୀ ଜୁନ ୨୦୧୯ରୁ ଖାଲି ପଡିଥିଲା | ଭିଜିଲାନ୍ସ କମିଶନର ଶରଦ କୁମାର ମଧ୍ୟବର୍ତ୍ତୀ ସିଭିସି ଭାବେ ଦାୟିତ୍ୱ ତୁଲାଉଥିଲେ | ଚଳିତବର୍ଷ ଫେବୃୟାରୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକରେ ଶ୍ରୀ କୋଠାରୀଙ୍କ ନାମ ଦେଶର ପରବର୍ତ୍ତୀ ସିଭିସି ଭାବେ ମଂଜୁର  ହୋଇଥିଲା | ସେହି ଏକ ବୈଠକରେ ପୂର୍ବତନ ପ୍ରସାରଣ ସଚିବ ବିମଲ ଜୁଲକାଙ୍କ ନାମ ବି ଦେଶର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ଅନୁମୋଦିତ ହୋଇଥିଲା |

0
0
0
s2sdefault