ହେଡଲାଇନସ୍:

ସୁରଡ଼ା କିରୋସିନୀ ଡିଲର ନାଁରେ ସୁରଡ଼ା ଗ୍ରାମବାସୀ ଙ୍କ ଅଭିଯୋଗ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ ଦଶପୁର ଗ୍ରାମପଂଚାୟରେ ଦୀର୍ଘ ବର୍ଷରୁ କିରୋସିନୀ ବିତରଣର ଅନିୟମିତତା କୁ ନେଇ ସୁରଡ଼ା ଗ୍ରାମବାସୀ ଆଣିଛନ୍ତି ସଙ୍ଗିନ ଅଭିଯୋଗ। ଯେଉଁଥିରେ ପ୍ରତିମାସ କିରୋସିନୀ ହିତାଧିକାରୀଙ୍କୁ ମିଳୁନଥିବାବେଳେ ୩ମାସରେ ଦିଆହେଉଛି ଥରେ କିରୋସିନୀ ଏବଂ ତାହା ପୁଣି ଦେଢ଼ ରୁ ଦୁଇ ଲିଟର।ତାହା ପୁଣି ନିର୍ଦ୍ଧାରିତ ଥିବା ଦାମ ରୁ ଉର୍ଦ୍ଧରେ ବିକ୍ରି ହେଉଛି। ଯାହା ଫଳରେ ସୁରଡ଼ା ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆଣିଛନ୍ତି ଅଭିଯୋଗ।ସୂଚନା ଅନୁସାରେ ସୁରଡ଼ା ଗ୍ରାମର ଚାରିଗୋଟି ଗ୍ରାମ ଯଥା ସୁରଡ଼ା ଗ୍ରାମ, ନାୟକେନ୍ ପାଳି,ଖଇର ଭାଡ଼ି, ଯାନୀ ପାଳି  ଗ୍ରାମରେ ଥିବା ୩୦୦ରୁ ଉର୍ଦ୍ଦ ହିତାଧିକାରୀ ନିର୍ଭରଶୀଳ ଥାନ୍ତି କିରୋସିନୀ ବିତରଣ କେନ୍ଦ୍ର ଉପରେ।ଯାହା ଦୀର୍ଘ ବର୍ଷ ରୁ ପ୍ରତିମାସ ସୁଚାରୁରୂପେ କିରୋସିନୀ ବିତରଣ ହେଉନଥିବା ଓ ୩ମାସ ରେ ଥରେ ଦିଆହେଉଥିବା ଓ ତାହା ପୁଣି ଗୋଟେ ମାସର କିରୋସିନୀ ଦିଆହେଉଥିବା ସହ ନିର୍ଦ୍ଧାରିତ ଦାମ ଠୁଁ ଉଚ୍ଚ ଦାମରେ ବିକ୍ରି ହେଉଥିବା ଦର୍ଶାଇଛନ୍ତି ଗ୍ରାମବାସୀ।ଅନ୍ୟପଟେ ସୁରଡ଼ା ଗ୍ରାମରେ ଦୀର୍ଘ ୮ବର୍ଷରୁ କିରୋସିନୀ ଡ଼ିଲର ଭାବେ ସୁରଡ଼ା ଗ୍ରାମର କରୁଣାକର ସରାଫ କିରୋସିନୀ ବିତରଣ ଦାଇତ୍ୱ ରେ ରହି କିରୋସିନୀ ବଣ୍ଟନ ରେ ଅନିୟମିତତା କରିଆସୁଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି।ସୁରଡ଼ା ଗ୍ରାମବାସୀ କାର୍ତ୍ତିକ ପୁଟେଲ,ପ୍ରଫୁଲ୍ଲ ବିଶି,ପଦ୍ମିନୀ ଧରୁଆ,କାଷ୍ଠା ବାଗ,ସଦାପ ବାଗ,ଦହିମାଲେନ ବାଗ,ପବିତ୍ର ମାଝୀ,ରାଷ୍ଟ୍ର ରଣା,ପ୍ରତାପ ପଟେଲ ପ୍ରମୁଖ ଅଭିଯୋଗ ଆଣିଛନ୍ତି।ଏବଂ ନୂତନ କିରୋସିନୀ କାର୍ଡ଼ ପାଇଁ ଦଶ ଟଙ୍କା ନେଉଥିବା ସହ ତିନି ମାସରେ ଗୋଟେ ଥର କିରୋସିନୀ ଦେଉଥିବାବେଳେ ତାହା ପୁଣି ଦିନେ ଦୁଇଦିନ ଧରି ବିତରଣ ହୋଇଥାଏ।ଏବଂ ହିତାଧିକାରୀ ଯଦି ଅନ୍ୟ କୌଣସି କାମ ପାଇଁ ସହର କି କୌଣସି କାର୍ଯ୍ୟ ରେ ଆସିପାରିନଥାଏ ତେବେ ତାକୁ ଆଉ କିରୋସିନୀ ମିଳିପାରେନି।କି ଡିଲର ର କୌଣସି ସାନ୍ତ୍ୟନା ମୂଳକ ବ୍ୟବହାର ମଧ୍ୟ ମିଳିପାରେନି ବରଂ କିରୋସିନୀ ସରିଗଲା ଆଉ ମିଳିବନି ଭଳି ପ୍ରତିଉତ୍ତର ମିଳେ। ଯାହା ହିତାଧିକାରୀ ଙ୍କ ପାଇଁ ଏବେ ବଡ଼ ସମସ୍ୟା ପାଲଟିଛି।ଅନ୍ୟପଟେ ନିର୍ଦ୍ଧାରିତ ଦାମ ୪୨ରୁ ୪୩ଟଙ୍କା ମଧ୍ୟରେ ଥିବାବେଳେ  ଚଢା ଦର ଦାମ ତଥା ୪୫ ରୁ ୫୦ଟଙ୍କା ରେ ବିକ୍ରି ହେଉଥିବାକୁ ନେଇ ହିତାଧିକାରୀ ଘୋର ସଙ୍କଟ ରେ ପଡିଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି। ଏବଂ ପୁଇଁତଲା ବ୍ଲଗ ଅଧିକାରୀ ଙ୍କୁ ନିବେଦନ କରିଛନ୍ତି ଯଥାଶୀଘ୍ର ଏହାର ସୁବନ୍ଦୋବସ୍ଥ କରି କିରୋସିନୀ ରେ ହେଉଥିବା ଅନିୟମିତତା କୁ ସୁଚାରୁରୂପେ ପରିଚାଳିତ କରିବାକୁ ନିବେଦନ କରିଛନ୍ତି।ସେପଟେ ପୁଇଁତଲା ବ୍ଲକ ଅଧିକାରୀ ଶ୍ରୀ ଆଚାର୍ଯ୍ୟ ଏହାର ସତ୍ୟା ସତ୍ୟ ପାଇଁ ତଦନ୍ତ କରାଯିବ ଓ ଉଚିତ ପଦକ୍ଷେପ ନିଆଯିବ ବୋଲି ନିଜ ସୁଚିନ୍ତିତ ମତବ୍ୟକ୍ତ ରଖିଛନ୍ତି।

0
0
0
s2sdefault