ହେଡଲାଇନସ୍:

ବିଦ୍ୟୁତ ଏବଂ ମୋବାଇଲ ହେବା ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ. ଉଦୟଗିରି/ଗଗନ ପ୍ରଧାନ : କନ୍ଧମାଳ ଘୁ. ଉଦୟଗିରି ଥରେ ୨୪ ତାରିଖ ସନ୍ଧ୍ୟା ଠାରୁ ବିଦ୍ୟୁତ ସେବା ଠପ ହୋଇ ଥିବା ଉପଭକ୍ତା ଅଭିଯୋଗ କରିଛନ୍ତି I ବିଦ୍ୟୁତ ସରବରାହ ବନ୍ଦ ହେବାର କିଛି ସମୟ ପରେ ବିଏସଏନଏଲ ମୋବାଇଲ ସେବା ମଧ୍ୟ ବନ୍ଦ ହୋଇ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I ଯାହା ପାଇଁ ସ୍ଥାନୀୟ ବାସିନ୍ଧା ହନ୍ତସନ୍ତ ହେଉ ଥିବା କହିଛନ୍ତି I ଦିନ ଦିନ ଧରି ବିଦ୍ୟୁତ ଏବଂ ମୋବାଇଲ ସେବା ବନ୍ଦ ହେବା ଘୁ.ଉଦୟଗିରିବାସୀଙ୍କ ପାଇଁ ନୁଆ ନୁହେ I ଯେବେ ବର୍ଷା ହେଉଛି ବିଦ୍ୟୁତ ଏବଂ ମୋବାଇଲ ସେବା କଟିବା ସୁନିଶ୍ଚିତ I ଏହି ସମସ୍ୟାର ସମାଧନ ପାଇଁ ଅଞ୍ଚଳ ବାସୀ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ବିଭାଗିୟ କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଅଞ୍ଚଳବାସୀ ଦାବୀ କରିଛନ୍ତି I ଘରୋଇ ମୋବାଇଲ ସେବା ଚାଲୁ ରହିଥିବା ବେଳେ ସରକାରୀ ମୋବାଇଲ ସେବା ବନ୍ଦ ରହିବା ଅଞ୍ଚଳ ବସୀଙ୍କ ମଧ୍ୟରେ ପ୍ରଶ୍ନବାଚି ସୃଷ୍ଟି କରିଛି I ବିଦ୍ୟୁତ କାଟ ହେଲେ ନିରାଵଛିନ ଭାବରେ ମୋବାଇଲ ସେବା ଯୋଗାଇ ଦେବା ପାଇଁ ସରକାର ଜେନେରେଟର ଏବଂ ଇନ୍ଧନ ଯୋଗାଇ ଦେଉଛନ୍ତି I ବିଦ୍ୟୁତକାଟ ହେଲେ ମଧ୍ୟ ଘରୋଇ ମୋବାରଲ କମ୍ପାନୀ ନିରାଵଛିନ ଭାବରେ ସେବା ଯୋଗାଉ ଛନ୍ତି I ହେଲେ ସ୍ଥାନୀୟ ଘୁ.ଉଦୟଗିରି ବିଏସଏନଏ ସେବାରେ ବ୍ୟତିକ୍ରମ କାହିଁକି ବୋଲି ଅଞ୍ଚଳ ବାସୀ ପ୍ରଶ୍ନ କରିବା ସହ ସ୍ୱଚ୍ଛତା ଉପରେ ସନ୍ଦେହ ପ୍ରକଟ ହେଉ ଥିବା ମତପ୍ରକାଶ କରିଛନ୍ତି I ସେହି ପରି ବିଦ୍ୟୁତ ସରବରାହର ତଦାରଖ କରିବା ପାଇଁ ବିଦ୍ୟୁତ ପ୍ରଦାନକାରୀ ସଂସ୍ଥାର ଅନୁଦାନ ରହିଛି I ହେଲେ ବିଦ୍ୟୁତ ସେବାରେ ବ୍ୟାଘାତ ଉପଭୋକ୍ତାଙ୍କୁ ହାନ୍ତସନ୍ତ କରୁଥିବା କହିଛନ୍ତି I ଯେବେ ବର୍ଷା ହେଉଛି ଗଛର ପଟୁରଟିଏ ହଲୁଛି ତଦାରଖର ଅଭାବରୁ  ଘୁ.ଉଦୟଗିରିରେ ବିଦ୍ୟୁତ ସରବରାହ ବନ୍ଦ ହେଉଛି ବୋଲି ଉପଭୋକ୍ତା ମତବ୍ୟକ୍ତ କରିଛନ୍ତି I ବିଦ୍ୟୁତ କାଟ  ହେବାରୁ ପାନୀୟ ଜଳ ଯୋଗାଣସାଙ୍ଗକୁ ବହୁ ଜରୁରୀ କାଳୀନ ସେବାରେ ବ୍ୟାଘାତ ହୋଇ ଥିବା ଘୁ. ଉଦୟଗିରି ବାସୀ ସୂଚନା ଦେଇଛନ୍ତି I ତେଣୁ ଘୁ. ଉଦୟଗିରିରେ ନିରବ ଛିନ୍ନ ଭାବରେ ମୋବାଇଲ ଏବଂ ବିଦ୍ୟୁତ ସେବା ଯୋଗାଇବା ପାଇଁ ଦାବୀ ହୋଇଛି I

0
0
0
s2sdefault