ହେଡଲାଇନସ୍:

କାଳବୈଶାଖୀ ଉଜାଡ଼ିଲା ବାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ/ବିମଲ କୁମାର ବାଗ :  ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଅନ୍ତର୍ଗତ ସୁନାମୁଦୀ ଗ୍ରାମରେ ଶୁକ୍ରବାର ଦ୍ବପ୍ରହରରେ କାଳ ବୈଶାଖି ପ୍ରଭାବରେ ପବନରେ ଗଛ ଭାଙ୍ଗି ଏକ ଘର ଉପରେ ପଡି ଯାଇଥିଲା। ଏଥିରେ ଘର ଭିତରେ ଥିବା ପରିବାର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସୁନାମୁଦୀ ଗ୍ରାମରେ ଶୁକ୍ରବାର ୨:୩୦ ମିନିଟ ସମୟରେ ହଠାତ ପ୍ରବଳ ବେଗରେ ପବନ ସହ କୁଆ ପଥର ମାଡ ବର୍ଷା ଯୋଗୁଁ ଆଖପାଖ ଅଞ୍ଚଳରେ ଗଛ ଭାଙ୍ଗି ପଡି ଯାଇଥିଲା। ସୁନାମୁଦୀ ଗ୍ରାମର ଗିରିଧାରୀ ଦାସଙ୍କ (୫୫) ଘର ଉପରେ ଏକ ବିରଟକାୟ ଗଛ ପଡିଯିବାରୁ ଇଟା ଛପର ଘର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିବା ବେଳେ ପରିବାର ବର୍ଗ ଅଳ୍ପକେ ବର୍ତି ଯାଇଥିଲେ। ଗିରିଧାରି ଚାଷ କାମକରି ପରିବାର ପ୍ରତିପୋଷଣ କରିଥାନ୍ତି। ପରିବାର କହିଲେ ତାଙ୍କ ପତ୍ନୀ, ପୁଅ ଓ ଝିଅ। ବହୁ କଷ୍ଟରେ ଇଟା ଛପର ଘର କରି ରହୁଥିଲେ। ହେଲେ ହଠାତ୍  ଶୁକ୍ରବାର ଦ୍ବିପ୍ରହର ସମୟରେ କାଳ ବୈଶାଖି ତାଙ୍କ ଭାଗ୍ଯକୁ ପୋଛି ନେଇଗଲା। ବାସଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାର ଖବର ପାଇ ପାଟଣାଗଡ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୀଳମାଧବ ସୁନାଙ୍କ ନିର୍ଦ୍ଦେଶ କ୍ରମେ ସୁନାମୁଦୀ ସରପଞ୍ଚଙ୍କୁ ସଂପୃକ୍ତ ପରିବାରକୁ ଗ୍ରାମରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ଦେବା ସହ ତାଙ୍କର ଖାଦ୍ଯପେୟର ବ୍ଯବସ୍ଥା ବୁଝିବା ପାଇଁ କହିଛନ୍ତି। ଘଟଣାର ତଦନ୍ତ କଲାପରେ ସରକାରୀ ନିୟମ ଅନୁଯାୟୀ ଯାହା ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ସୁନା ସୂଚନା ଦେଇଛନ୍ତି। ତେବେ ଯଥାଶୀଘ୍ର କ୍ଷତି ଗ୍ରସ୍ତ ହୋଇଥିବା ଗିରିଧାରୀ ଦାସଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

0
0
0
s2sdefault