ହେଡଲାଇନସ୍:

ଜିରାଙ୍ଗରେ ବୌଦ୍ଧ ସାଧୁସନ୍ଥଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଯୋଗୁଁ ତାଲାବନ୍ଦ ହୋଇଯାଇଥିବା ଫଳରେ ପଦ୍ମସମ୍ଭବ ମହାବିହାରରେ ରହୁଥିବା ବୌଦ୍ଧ ଧର୍ମାବଲମ୍ବୀ ସାଧୁସନ୍ଥ ଓ ଏଠାରେ ଥିବା ଦୁଇଟି ଜରାନିବାସର ଅନ୍ତେବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ଜାଣିବା ପରେ କିଟ୍‍ ଓ କିସ୍‍ ପକ୍ଷରୁ ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ ସେମାନଙ୍କ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରେରଣ କରିଥିଲେ । ଆବଶ୍ୟକ ହେଲେ ଭବିଷ୍ୟତରେ ଆହୁରି ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଗଜପତି ଜିଲ୍ଲା ଜିରାଙ୍ଗରେ ରହିଛି ଭାରତ ପୂର୍ବାଞ୍ଚଳର ସର୍ବବୃହତ ତିବ୍ବତୀୟ ବୌଦ୍ଧ ବିହାର । ୨୦୧୦ ମସିହାରେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଦ୍ୱାରା ଏହି ବୌଦ୍ଧ ବିହାର ପ୍ରତିଷ୍ଠା କରାଯାଇଥିଲା । ଏହି ଅଞ୍ଚଳରେ ବହୁ ସଂଖ୍ୟକ ବୌଦ୍ଧ ଧର୍ମଗୁରୁ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ଆଶ୍ରମ କରି ଦୀର୍ଘ ଦିନ ହେଲା ରହିଆସୁଛନ୍ତି । ଜିରାଙ୍ଗରେ ଥିବା ବୌଦ୍ଧ ଆଶ୍ରମ ଓ ଏହାର ଗୁରୁଜୀ ତଥା ଅନ୍ୟାନ୍ୟ ବୌଦ୍ଧ ସନ୍ନ୍ୟାସୀଙ୍କ ସହ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା  ଅଚ୍ୟୁତ ସାମନ୍ତ ଦୀର୍ଘ ଦିନ ଧରି ସୁସମ୍ପର୍କ ରହିଆସିଥିଲା । ଏଭଳି ସମୟରେ ଆମେ ମିଳିତ ଭାବେ କରୋନାର ମୁକାବିଲା କରିପାରିବା ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଗତ କାଲି କିଟ୍‍ ଓ କିସ୍‍ ପକ୍ଷରୁ ଜିରାଙ୍ଗ ଓ ଚନ୍ଦ୍ରଗିରି ଅଞ୍ଚଳରେ ବୌଦ୍ଧ ସାଧୁ ସନ୍ଥ ଓ ଏଠାରେ ଥିବା ଦୁଇ ଜରାନିବାସର ଅନ୍ତେବାସୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଏଥିରେ ବୌଦ୍ଧ ଗୁରୁ ଗେତ୍ରୁଲ୍‍ ଜିଗ୍‍ମେ ରିମ୍‍ପୋଞ୍ଚେ କିଟ୍‍ ଓ କିସ୍‍କୁ ଧନ୍ୟବାଦ ଜଣାଇବା ସହ ପ୍ରତିଷ୍ଠାତା  ଅଚ୍ୟୁତ ସାମନ୍ତଙ୍କୁ ଆଶୀର୍ବାଦ କରିଛନ୍ତି ।

 

0
0
0
s2sdefault