ହେଡଲାଇନସ୍:

ସରକାରଙ୍କ ତାଲା ବନ୍ଦ, ହେଲେ ମଦ ବନ୍ଦ ନାହିଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣୁପୁର/ମାଧବ ବିଡିକା- ଲକଡ଼ାଉନ ସମୟରେ ବଢୁଛି ଦେଶୀ ମଦର ଚାହିଦା । ସମସ୍ତ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ଚୋରା ରେ ବେଆଇନ ଭାବେ ମଦ କାରବାର ବୃଦ୍ଧି ପାଇଛି । ତେବେ ସମାଜ କୁ ଦିଗଦର୍ଶନ ଦେଉଥିବା ଜଣେ ଶିକ୍ଷକ ଏଭଳି ଚୋରା ମଦ କାରବାର କରି ଅବକାରୀ ବିଭାଗ ଦ୍ଵାରା ଧରା ପଡିଛନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ଗାନ୍ଧିନଗରର କାରୀ ଶ୍ରୀରାମ ନାମକ ଜଣେ ଶିକ୍ଷକ ନିଜ ସ୍କୁଟି ରେ 30 ଲିଟର ଦେଶୀ ମଦ ପୁରୁଣା ଗୁଣୁପୁର ଅଞ୍ଚଳରୁ ନେଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରି ଧରିଥିଲେ । ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଗୁଣୁପୁର ଅବକାରୀ ସବ ଇନ୍ସପେକ୍ଟର ଉତ୍ତମ କୁମାର ବେହେରା କହିଛନ୍ତି । ଚଢ଼ାଉ ସମୟରେ ସହକାରୀ ସବ ଇନ୍ସପେକ୍ଟର ଦିବାକର ମହାପାତ୍ର, ସିପାହୀ ସଂଗ୍ରାମ ପ୍ରଧାନ, କରୁଣାକର ପାତ୍ର, ଯଶୋବନ୍ତି ଶବର, ଭରତ ପାଣିଗ୍ରାହୀ, ପାଲକା ଆପେୟା ପ୍ରମୁଖ ସାମିଲ ଥିଲେ | 

0
0
0
s2sdefault