ହେଡଲାଇନସ୍:

ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କରୋନାର ମୁକାବିଲା ପାଇଁ ଗବେଷଣା ସ୍କିମ :  ମନୋନୀତ ଗବେଷକଙ୍କୁ 10 ଲକ୍ଷର ଆର୍ଥିକ ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

New Delhi/ SPB : କରୋନା ମୁକାବିଲା କ୍ଷେତ୍ରରେ ଆୟୁଷ ଚିକିତ୍ସା ବ୍ୟବସ୍ଥା ଓ ଔଷଧ ପ୍ରୟୋଗ ଆଦି ସମ୍ପର୍କରେ ସ୍ୱଳ୍ପମିଆଦୀ ଗବେଷଣା ତଥା ମୂଲ୍ୟାୟନ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଯେଉଁସବୁ ହସ୍ପିଟାଲ ଓ ପ୍ରତିଷ୍ଠାନ କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ଓ ପରିଚାଳନା କାର୍ଯ୍ୟ ସମ୍ପାଦନ କରୁଛନ୍ତି ସେମାନଙ୍କୁ ଏହି ସ୍କିମରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି । ଏହା ମୁଖ୍ୟତଃ ଆୟୁଷ ମନ୍ତ୍ରଣାଳୟ ବାହାରର କରୋନା ଚିକିତ୍ସା ବ୍ୟବସ୍ଥାରେ ସଂପୃକ୍ତ ବିଶେଷଜ୍ଞମାନଙ୍କ ପାଇଁ ଉଦ୍ଦିଷ୍ଟ । ସେମାନେ ଚାହିଁଲେ କରୋନା ମୁକାବିଲା କ୍ଷେତ୍ରରେ ଆୟୁଷ ଚିକିତ୍ସା ପଦ୍ଧତି ଓ ଏହାର ଔଷଧପତ୍ରର ବ୍ୟବହାର ଉପରେ ସ୍ୱଳ୍ପମିଆଦୀ ଗବେଷଣା କରିପାରିବେ ।

ଏହି ଗବେଷଣାର ସମୟସୀମା ଛ’ମାସ ଧାର୍ଯ୍ୟ କରାଯାଇଛି । ମନୋନୀତ ଗବେଷକମାନଙ୍କୁ ସେମାନଙ୍କର ଗବେଷଣା ଓ ପରୀକ୍ଷା ନିରୀକ୍ଷା ଖର୍ଚ୍ଚ ବାବଦରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଯୋଗାଇ ଦିଆଯିବ । ସେମାନେ ଆୟୁଷ ମନ୍ତ୍ରଣାଳୟର ବିଶେଷଜ୍ଞ, ଟେକନିସିଆନଙ୍କ ସହାୟତା ତଥା ପରୀକ୍ଷାଗାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଯୋଗ କରିପାରିବେ ।

ଆବେଦନ ପ୍ରଣାଳୀ ଓ ସର୍ବଶେଷ ବିବରଣୀ ପାଇଁ ଆଗ୍ରହୀ ପ୍ରାର୍ଥୀ ଆୟୁଷ ମନ୍ତ୍ରଣାଳୟର ୱେବସାଇଟ ayush.gov.in ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଆବେଦନର ଶେଷ ତାରିଖ 2020 ମେ ପହିଲା ରଖାଯାଇଛି । ଆବେଦନ କେବଳ ଇ-ମେଲ This email address is being protected from spambots. You need JavaScript enabled to view it.. ମାଧ୍ୟମରେ କରିବାକୁ ପଡିବ ।

0
0
0
s2sdefault