ହେଡଲାଇନସ୍:

ଜନଶୂନ୍ୟ ହେଲା ବାଲେଶ୍ୱର, ସହରରେ କର୍ଫ୍ୟୁର ପରିବେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,(ଉଜ୍ଜ୍ୱଳ କର): ରାଜ୍ୟରେ ବାଲେଶ୍ୱର ସମେତ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗତକାଲି ରାତି ୧୦ଟାରୁ ଏହି ୩ ଜିଲ୍ଲାରେ ଜାରି ହୋଇଛି ୬୦ଘଣ୍ଟିଆ ସଟ ଡାଉନ୍ । ଏହିତିନି ଜିଲ୍ଲାରେ କରୋନା ମୁକାବିଲା ଅଭଯାନକୁ ସୁଚାରୁ ରୂପେ ପରିଚାଳନା କରିବା ଓ ସଟ୍ ଡାଉନ୍କୁ ଶତ ପ୍ରତିଶତ କାଯ/ର୍୍ୟକାରୀ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜିଲ୍ଲାରେ ୩ ଜଣ ସ୍ୱତନ୍ତ୍ର ସଚିବଙ୍କୁ ନିଯୁକ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ନିଯୁକ୍ତ ସ୍ୱତନ୍ତ୍ର ସଚିବ ଏସ କେ ବଶିଷ୍ଟଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ଓ ପୁଲିସ ବେଶ୍ ଦୃୃଢ଼ତାର ସହ କାଯ/ର୍୍ୟ କରୁଥିବା ଲକ୍ଷ୍ୟ କରାଯାଇଛି । ଗତକାଲି ରରାତିରୁ ରାସ୍ତାଘାଟ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିବା ବେଳେ ଆଜି ସକାଳେ ପୁଲିସ ଓ ଅର୍ଦ୍ଧସାମରିକ ବଳଙ୍କ ପକ୍ଷରୁ ବାଲେଶ୍ୱର ସହରରେ ଫ୍ଲାଗମାର୍ଚ୍ଚ ହୋଇଥିଲା । ସଚିବ ଶ୍ରୀ ବଶିଷ୍ଟଙ୍କ ସମେତ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ବି ଯୁଗଲ କିଶୋର ଓ ଅନ୍ୟାନ୍ୟ ଅଧିକାରୀମାନେ ସହର ମଧ୍ୟରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିବା ବେଳେ ସହରର ପ୍ରତିଟି ସହର ରାସ୍ତାରେ ପୁଲିସ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ରାସ୍ତାରେ ପୁଲିିସ କର୍ମଚାରୀ ଓ ମେଡିକାଲ କର୍ମଚାରୀଙ୍କ ସମେତ ଅନ୍ୟ ବର୍ଗର ଜଣେ ହେଲେ ଲୋକ ଦେଖାଯାଉ ନାହାନ୍ତି । ତେବେ କଣ୍ଟାନମେଣ୍ଟ ଜୋନରେ ସ୍ୱାସ୍ଥ୍ୟ  ବିଭାଗ ଟିମ୍ ଘର ଘର ବୁଲି ସ୍ୱାବ ସଂଗ୍ରହ ଜାରି ରଖିଛନ୍ତି । ମୋଟ ଉପରେ ବାଲେଶ୍ୱର ସହର ସସମେତ ଜିଲ୍ଲାରେ ବେଶ ପ୍ରତିଫଳିତ ହୋଇଥିବା ଳକ୍ଷ୍ୟ କରାଯାଇଛି । ଜିଲ୍ଲାର ନିର୍ଦ୍ଧିଷ୍ଟ କେତେ ଗୋଟି ଔଷଧାଳୟ ଓ ଅଳ୍ପକେତୋଟି  ପେଟ୍ରୋଲ ପମ୍ପ ବ୍ୟତୀତ  ଅନ୍ୟ ସସମସ୍ତ ଦୋକାନ ବନ୍ଦ ରହିଛି । ଆସନ୍ତା ୨୬ ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ଏହିଭଳି ସ୍ଥିତି  ଜାରି ରହିବ ।  ଆଜି ଅପରାହ୍ନରେ କାଳବୈଶାଖୀ ସାଙ୍ଗକୁ ଦୀର୍ଘ ୨ ଘଣ୍ଟା ଧରି ହୋଇଥିବା ବର୍ଷାରେ ବି ପୁଲିସ କର୍ମଚାରୀମାନେ ରାସ୍ତାରେ ଛିଡ଼ା ହୋଇ ଦ୍ୟୁରି  କରୁଥିବା ଲକ୍ଷ୍ୟ କରାଯାଇଛି । କେବଳ ନିର୍ଦ୍ଧିଷ୍ଟ କେତେକ ବୈଦ୍ୟୁତିକ  ଗଣମାଧ୍ୟମର ପ୍ରତିନିଧି  ଓ କ୍ୟାମେରା ମ୍ୟାନଙ୍କ ବ୍ୟତିତ ଅନ୍ୟ କାହାରିକୁ ଖବର ସଂଗ୍ରହ ପାଇଁ ବାଲେଶ୍ୱରରେ ଅନୁମତି ଦିଆଯାଇନଥିଲା ।

0
0
0
s2sdefault