ହେଡଲାଇନସ୍:

୧୫ ଦିନ ଭିତରେ ବଲାଙ୍ଗୀର, ୨୦ ଦିନ ଭିତରେ ବାରିପଦାରେ ହେବ କୋଭିଡ ଟେଷ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦିଲ୍ଲୀପ କୁମାର ମହାନ୍ତି/ ବାରିପଦା- ସମଗ୍ର ବିଶ୍ବର ୨୧୦ ଦେଶରେ ମହାମାରୀ କରୋନା କାୟା ବିସ୍ତାର କରି ଥିବା ବେଳେ ଭାରତରେ  ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ମଧ୍ୟ କଡା ଆଭିମୂଖ୍ୟ ଗ୍ରହଣ କରିଛନ୍ତି। ଚାରିଆଡେ ଖୋଲୁଛି କୋବିଦ ହସ୍ପିଟାଲ ଆଉ ବିଭିନ୍ନ ମେଡିକାଲ କଲେଜରେ ଖୋଲୁଛି କୋବିଦ ଟେଷ୍ଟିଙ୍ଗ ସୁବିଧା | ଏହି ଅନ୍ତର୍ଗତ ଖୁବ ଶୀଘ୍ର ବଲାଙ୍ଗୀର ଓ ବାରିପଦାରେ କୋବିଦ ଟେଷ୍ଟିଙ୍ଗ ସୁବିଧା ଆରମ୍ଭ କରିବା ପାଇଁ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରୀସ୍ତରୀୟ କମିଟି ବୈଠକ ବସି କୋଭିଡ଼-୧୯ ମୁକାବିଲା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି | 

ବୈଠକପରେ  ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହା ବ୍ୟତୀତ  ଏଜେଣ୍ଡା ବାହାରେ ହୋଇଥିବା ପ୍ରସଙ୍ଗରେ ବାରିପଦା ଓ ବଲାଙ୍ଗିରରେ କୋଭିଡ-୧୯ ରକ୍ତ ନମୁନା ପରୀକ୍ଷା କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବା ସହିତ ଆସନ୍ତା ୧୦ରୁ ୧୫  ଦିନ ମଧ୍ୟରେ ବଲାଙ୍ଗୀର ଓ ୧୫ରୁ ୨୦ ଦିନ ଭିତରେ ବାରିପଦା ପିଆରଏମ ହସ୍ପିଟାଲରେ କୋଭିଡ଼-୧୯ ପରୀକ୍ଷା ଆରମ୍ଭ ହେବ ଏବଂ ଏଥିପାଇଁ ଆବଶ୍ୟକ ମେସିନ ଅର୍ଡର ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀଦାସ ସୂଚନା ଦେଇଛନ୍ତି ।

 

 

    

0
0
0
s2sdefault