ମିଳୁନି ମୁଠାଏ ଭାତ, ସରପଂଚ ଶୁଣି ରହୁଛନ୍ତି ନଶୁଣିଲା ପରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ) ବରଗଡ ସଦରବ୍ଲକ ଅଧିନ ବରାହଗୁଡା ପଂଚାୟତର ବରାହଗୁଡା ଇନ୍ଦିରାକଲୋନୀରେ ଦୀର୍ଘ 8ବର୍ଷ ହେଲାଣୀ 14ଟି ଗରିବ ପରିବାର ରହିଆସୁଛନ୍ତି | ଆଉ ସେମାନେ ଲେବରକାମ,ଦହିବରା,ଗୁପଚୁପ,ଚନା ବିକି ନିଜର ପେଟ ପୋଷୁଥିଲେ | ଏବେ ଲକଡାଉନ ଯୋଗୁଁ ସେମାନେ ଘରୁବାହାରି ପାରୁନାହାନ୍ତି | ସେମାନକଂ ପାଖରେ ରାସନକାର୍ଡ ନ ଥିବାରୁ ସେମାନେ ରାସନସାମଗ୍ରୀ ତଥା କୌଣସି ସରକାରୀ ସୁବିଧା ପାଉନାହାନ୍ତି | ଯାହାଫଳରେ ସେମାନେ ଭୋକଉପାସରେ ଦିନ କାଟୁଛନ୍ତି | ସେମାନଙ୍କ ପାଖରେ ଆଧାରକାର୍ଡ,ଭୋଟର ପରିଚୟ ପତ୍ର ଅଛି | ସେମାନେ ଗତ ଥର ଏଠାରେ ଭୋଟ ଭି ଦେଇଛନ୍ତି | କିନ୍ତୁ ଏହି ସମୟରେ ଭାତମୁଠାଏ ପାଇବା ପାଇଁ ସରପଂଚକୁ ଗୁହାରି ଜଣାଇଥିଲେ ବି  ସରପଂଚ କିଛି ଶୁଣୁନାହାନ୍ତି | କରୋନା ଠାରୁ ବଳି ଗଲାଣୀ ଏମାନକଂ ଦୁଃଖ |

0
0
0
s2sdefault