ଲକ ଡାଉନ : ରକ୍ତଦାନ କଲେ ମୁସଲିମ ପରିବାରର ୬ ସଦସ୍ୟ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ସାରାଦେଶରେ  ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି। ଯାହା ଫଳରେ  ବର୍ତ୍ତମାନ ରାଜ୍ୟର ବିଭିନ୍ନ  ରକ୍ତ ଭଣ୍ଡାରରେ ଦେଖା ଦେଇଛି ରକ୍ତର ଘୋର ଅଭାବ ଦେଖାଯାଇଛି। ରକ୍ତ ଭଣ୍ଡାର ରୁ ରକ୍ତ ର ଅଭାବ ଦୂର କରିବା ପାଇଁ ଆଗେଇ ଆସୁଛନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସଚେତନ ନାଗରିକ । ଏହି କ୍ରମରେ ଆଜି ବରଗଡ଼ ଟ୍ରଷ୍ଟଫଣ୍ଡ୍‌ କଲେଜ ଗଳିର ହୁସେନ ମଞ୍ଜିଲରେ ରହୁଥିବା ଏକ ମୁସଲିମ ପରିବାରର ଦୁଇ ମହିଳାଙ୍କର ସମେତ ୬ଜଣ ସଦସ୍ୟ ଏକା ସାଙ୍ଗରେ ରକ୍ତଦାନ କରି ଅନ୍ୟ ମାନଙ୍କର ପାଇଁ ପ୍ରେରଣାର ସ୍ରୋତ ପାଲଟିଛନ୍ତି । ଏହି ରକ୍ତ ଦାତା ମାନେ ହେଲେ , ଅବଦୁଲ ଇବ୍ରାହିମ, ମହମ୍ମଦ ଇଦ୍ରିଶ, ଅବଦୁଲ୍‌ ଫହିମ୍‌, ନଜ୍‌ମା ସୁଲତାନା, ଅବଦୁଲ ଇମ୍ରାନ ଏବଂ ରେଶମା ସୁଲତାନା। ସାରା ବିଶ୍ୱ ବର୍ତ୍ତମାନ ସମୟରେ କରୋନା ଭଳି ମହାମରୀର ମୁକାବିଲା କରୁଥିବା ସମୟରେ ରକ୍ତ ଭଣ୍ଡାର ରୁ ରକ୍ତ ର ଅଭାବକୁ ଦୂର କରିବା ପାଇଁ  ସ୍ବେଚ୍ଛାକୃତ ରକ୍ତଦାନ କରି ଏହି ପରିବାର ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବରେ  ଉଦାହରଣ ପାଲଟିଛନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

0
0
0
s2sdefault