ପାରଳାଖେମୁଣ୍ଡିରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମହିଳା ହିତାଧିକାରୀଙ୍କୁ କରୋନା ସହାୟତା ରାଶି ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଜରିଆରେ ମହିଳା ହିତାଧିକାରୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସହାୟତା ରାଶି ପ୍ରଦାନ କରାଯାଉଛି।
ମହାମାରି କରୋନାର କଡା ମୁକାବିଲା ପାଇଁ ବର୍ତ୍ତମାନ ଗତ କିଛି ଦିନ ହେଲାଣି ଲକ-ଡାଉନର ସମୟ ଲାଗିଛି ।  ଏଭଳି ସ୍ଥିତିରେ ଗରିବ , ନିରାଶ୍ରୟ ମହିଳା ଶ୍ରମଜୀବୀ ମାନଙ୍କ କୌଣସି କାମଧନ୍ଦା କି ଜୀବିକା ନିର୍ବାହ କରିବାର କୌଣସି ସୁଯୋଗ ନାହିଁ ।
ମହିଳା ମାନଙ୍କ ଉପରେ ମୁଖ୍ୟତଃ ପରିବାରର ପ୍ରତିପୋଷଣ ପାଇଁ ମୁଖ୍ୟ ଦାୟିତ୍ୱ ଥିବାବେଳେ ଏଭଳି ଦୁର୍ଦ୍ଦିନ ସମୟରେ ସହାୟତାର ହାତ ବଢ଼ାଇଛନ୍ତି କେନ୍ଦ୍ର ସରକାର ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଜନଧନ ଯୋଜନାର ମହିଳା ହିତାଧିକାରୀ ମାନଙ୍କୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି ମାସିକ ୫୦୦ ଟଙ୍କାର ଆର୍ଥିକ ସହାୟତା । ଏପ୍ରିଲ ମାସର ୫୦୦ ଟଙ୍କା , ମହିଳା ହିତାଧିକାରୀ ମାନଙ୍କ ପାଇଁ ସେମାନଙ୍କ ବ୍ୟାଙ୍କ ପାସବୁକରେ ଜମା କରାଯାଉଛି , ଏହି ସହାୟତା ରାଶି । ମହିଳା ହିତାଧିକାରୀ ମାନେ ବ୍ୟାଙ୍କରେ ଏହି ସହାୟତା ରାଶି ନିଜର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ପାସବୁକରୁ ଏହି ସହାୟତା ଟଙ୍କା ଉଠାଉଛନ୍ତି ।
ପାରଳାଖେମୁଣ୍ଡି ସହରରେ ଥିବା ୧୭ ଗୋଟି ରାଷ୍ଟ୍ରାୟତ୍ତ ଓ ଘରୋଇ ଗ୍ରାମୀଣ ବ୍ୟାଙ୍କକୁ ଯାଇ ସେଠାରେ ସାମାଜିକ ଦୂରତା ରକ୍ଷା କରି ଲମ୍ବା ଧାଡି ଲାଗି ପାସବୁକ ଜରିଆରେ ଏହି ସହାୟତା ରାଶି ନେଉଛନ୍ତି।
ବ୍ୟାଙ୍କ ମାନଙ୍କରେ ହାତ ଧୋଇବାର ବ୍ୟବସ୍ଥା ସହ ସମସ୍ତେ ମୁହଁରେ ମାସ୍କ ପିନ୍ଧି କିମ୍ବା ଗାମୁଛା ବାନ୍ଧି ସାମାଜିକ ଦୂରତା ରକ୍ଷା କରି ଏହି ଟଙ୍କା ଉଠାଉଛନ୍ତି ।
 ବ୍ୟାଙ୍କ ସରକ୍ଷା କର୍ମଚାରୀ ମାନେ ମଧ୍ୟ ଏଥିରେ ହିତାଧିକାରୀ ମାନଙ୍କୁ ସହଯୋଗ କରୁଛନ୍ତି । କରୋନା ସମୟରେ ମହିଳା ମାନଙ୍କୁ କୌଣସି କାମଧନ୍ଦାର ସୁଯୋଗ ନ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ମହିଳା କଲ୍ୟାଣ ରେ ଦିଆଯାଉଥିବା ସହାୟତା ରାଶି ପ୍ରତି ମହିଳା ହିତାଧିକାରୀ ମାନେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁୟସୀ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି।

0
0
0
s2sdefault