ନିଜ ଚେଷ୍ଟାରେ ଗ୍ରାମକୁ ବିଶୋଧନ କଲେ ସମାଜିକ କର୍ମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ନିଜ ଚେଷ୍ଟାରେ ଗ୍ରାମକୁ ବିଶୋଧନ କଲେ ଜଣେ ସାମାଜିକ କର୍ମୀ । ସରକାରୀ ତଥା ବେସରକାରୀ କ୍ଷେତ୍ରରେ କରୋନା ଭୁତାଣୁ କବଳରୁ ମାନବ ସମାଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଚାଲିଛି ଅନେକ ପ୍ରତିଶେଧକ କାର୍ଯ୍ୟକ୍ରମ । ମାତ୍ର ଶ୍ରିନିବାସ କହନ୍ତି ନିଜ ଚେଷ୍ଟାରେ ଗ୍ରାମ ଗୁଡ଼ିକୁ ଏପରି ବିଶୋଧିତ କରାଗଲେ ବହୁତ କମ ସମୟ ମଧ୍ୟରେ ରାଜ୍ୟ ଏବଂ ଦେଶର ସମସ୍ତ ଗ୍ରମ ବିଶୋଧିତ  ହୋଇ ପାରନ୍ତା । ଏହି କ୍ରମରେ ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୋମଣ୍ଡ ପଂଚାୟତ କୋମଣ୍ଡର ଶ୍ରୀନୀବାସ ନିଜ ଖର୍ଚ୍ଚରେ ସାଥି ସ୍ୱେଚ୍ଛାସେବୀ ରବିନ୍ଦ୍ର କୁମାର ସାମଲଙ୍କ ସହାୟତାରେ କୋମଣ୍ଡ  ଗଡ଼ସାହି ଓ ଛାମୁସାହିରେ ମେସିନ ମାଧ୍ୟମରେ ବିଶୋଧକ ସିଂଚନ କରିଛନ୍ତି । ଅନ୍ୟ ସାହି ଗୁଡ଼ିକୁ ମଧ୍ୟ ବିଶୋଧିତ କରିବୋଲି ସେ କହିଥିଲେ । ଏଥି ସହିତ କରୋନା କବଳରୁ ରକ୍ଷା ପାଇବା ପାଇଁ ସର୍ବଦା ସ୍ଥାନୀୟ ଜନସାଧାରଣଙ୍କୁ ମଧ୍ୟ ସଚେତନ କରିଚାଲିଥିବା ଜଣାଯାଇଛି । ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ପାରିବେ ବୋଲି ଗ୍ରାମବାସୀ ଓ ବୁଦ୍ଧିଜିବିମାନେ ମତପ୍ରକାଶ କରିଛନ୍ତି ।

0
0
0
s2sdefault